ଗଜପତି ( ବିପ୍ଲବୀ ପରିକ୍ରମା ):- ଚଳିତ ମାସ ୧୯ ରୁ ୨୩ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଗଜପତି ଉତ୍ସବ । ଏଥିପାଇଁ ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ପଥ ଉତ୍ସବ, ରାହାଗିରି ଆୟୋଜିତ ହୋଇଛି। ଏଥିପାଇଁ ପାରଳା ରାଜଦାଣ୍ଡ ଉତ୍ସବମୁଖର ହୋଇଉଠିଛି।
ଆଜି ସକାଳ ୭ ଘଣ୍ଟା ସମୟରୁ ପାରଳାଖେମୁଣ୍ଡି ରାଜଦାଣ୍ଡ ଉତ୍ସବମୁଖର ହୋଇଉଠିଛି। ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ରାହାଗିରି। ଏହା ମାଧ୍ୟମରେ ଗଜପତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରୟାସ କରିଛି ପ୍ରଶାସନ। ଏଥିରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କଳା , ନୃତ୍ୟ ଓ ସଙ୍ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ କରାଯାଇଛି। ବିଶେଷ କରି ପାରଳା ମାଟିର ବୀରତ୍ୱର ପ୍ରଦର୍ଶନ କରିଛନ୍ତି ପାଇକ ଆଖଡ଼ାର ସଦସ୍ୟମାନେ, ଯାହା ପଥୋତ୍ସବର ଅନ୍ୟ ଏକ ଆକର୍ଷଣୀୟ ଥିଲା। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସହ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ ତଥା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଉପଭୋଗ କରି ଖୁସି ବ୍ୟକ୍ତ କରିଛନ୍ତି l
ଆରମ୍ଭ ପୂର୍ବରୁ ପ୍ରତି ବ୍ଲକରେ ଅନୁଷ୍ଠିତ ହେଉଛି ବ୍ଲକ ସ୍ତରୀୟ ଉତ୍ସବ। ଲୋକ କଳାର ବିକାଶ ତଥା ସ୍ଥାନୀୟ ଅଞ୍ଚଳରେ ରହୁଥିବା କଳାକାର ମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହିତ ଜିଲ୍ଲାର ଐତିହ ଓ ପରମ୍ପରା ପୁନରୁଦ୍ଧାର ଓ ପ୍ରଶାସନ ଦ୍ବାରା ଗୋଷ୍ଠୀର ସମୂହ ଉନ୍ନତିର ବାସ୍ତବ ଚିତ୍ରକୁ ସର୍ବ ସାଧାରଣରେ ପ୍ରଦର୍ଶିତ କରିବା ସହ ବଡ଼ଦିନ, ନୂଆବର୍ଷ, ପୋଙ୍ଗଲ ଓ କୃଷି ଉତ୍ପାଦିତ ଦ୍ରବ୍ୟ ଘରକୁ ଆଣିବା ଭଳି ସଙ୍ଗୀନ ମୁହୂର୍ତ୍ତରେ ଲୋକଙ୍କ ମଧ୍ୟରେ ଟିକେ ଖୁସି ଭରି ଦେବା ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ଆହ୍ବାନ ଦେଇଛି ପ୍ରଶାସନ।