ବିଧିବଦ୍ଧ ଭାବେ ଆରମ୍ଭ ହେଲା ଧାନ କିଣା

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନିୟନ୍ତ୍ରିତ ବଜାର କମିଟି ଠାରେ ଜିଲ୍ଲାସ୍ତରୀୟ ଖରିଫ ୨୦୨୪-୨୫ ଧାନ କ୍ରୟ ମଣ୍ଡିକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଧାନ କ୍ରୟ ପ୍ରକ୍ରିୟା ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଜିଲ୍ଲାରେ ୪୫ ଟି ସ୍ଥାନରେ ଚାଷୀଙ୍କ ଧାନକୁ ସଂଗ୍ରହ କରାଯିବ ଜିଲ୍ଳାରେ ଚଳିତଥର ୫ଲକ୍ଷ ୮୫ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ ରଖାଯାଇଛି । ମୋଟ ଜିଲ୍ଲାର ୪ଟି ବ୍ଳକରେ ଧାନ ସଂଗ୍ରହ କରାଯିବ । ଚଳିତ ଥର ଏଫେକ୍ୟୁ ମାନର ଧାନ ପାଇଁ ସରକାରଙ୍କ ନିର୍ଦ୍ଧାରିତ ମୁଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ତେବେ ବର୍ତ୍ତମାନ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବେରଙ୍ଗୀ ଧାନ କିଣିବା ପାଇଁ କୌଣସି ସ୍ୱତନ୍ତ୍ର ଦର କିମ୍ବା ଧାନ ସଂଗ୍ରହ ନୀତିରେ କିଛି କୋହଳ କରିବା ନେଇ କୌଣସି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ନିକଟରୁ ଆସିନଥିବା ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ମଣ୍ଡି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ପାରଳାଖେମୁଣ୍ଡି ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ଚାଷୀଙ୍କ ଧାନ ସଂଗ୍ରହ ନୀତିରେ କୋହଳ ଏବଂ ବେରଙ୍ଗୀ ଧାନ ସଂଗ୍ରହ ଉପରେ ବର୍ତ୍ତମାନ ଯାଏ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବକୁ ନେଇ ସମାଲୋଚନା କରିଛନ୍ତି ଏବଂ ଚଳିତ ଥର ଧାନ ସଂଗ୍ରହ ପ୍ରାକୀୟରେ ବ୍ୟାପକ ସମସ୍ୟା ଥିବା ଅଭିଯୋଗ ଆଣିଛନ୍ତି , ପ୍ରଶାସନ ମଧ୍ୟ ଧାନ ସଂଗ୍ରହ କରିବାରେ ବହୁତ ସମସ୍ୟାର ସମ୍ମୁଖୀନ କରିବ ବୋଲି କହିଛନ୍ତି । ଉତ୍ପାଦିତ ଧାନ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହତ କାର କୃଷି ସମବାୟ କେନ୍ଦ୍ରରେ ଆଜି ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ଆସନ୍ତା ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଧାନ କ୍ରୟ କରିବା ପାଇଁ ଜିଲ୍ଲାପାଳ ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ଧାନ କ୍ରୟ କରିବା ପାଇଁ ଜିଲ୍ଲାରେ ୧୫ ହଜାର ୪୯୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ କରିସାରିଲା ପରେ ଡାଇରେକ୍ଟ ନିଜ ବ୍ୟାଙ୍କ ଖାତାକୁ ପଇସା ଜମା କରାଯିବ ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ପରଳଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଶ୍ରୀମତୀ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା , ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, , ପାରଳାଖେମୁଣ୍ଡି ସହକାରୀ ନିବନ୍ଧକ ହରିହର ସେଠ, ଗଜପତି ଜିଲ୍ଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟାୟକ ଓ ଅନ୍ୟ ଅତିଥି ଗଣ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ କୃଷକ ଭାଇ ଓ ଭଉଣୀ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here