ହଟିଲା ବର୍ଷାର ସତର୍କତା ସ୍ୱାଭାବିକ ହେଲା ପାଗ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଅସମ୍ଭାଳ ହେବ ତାତି । ଡହ ଡହ ଖରା ଲୋକଙ୍କୁ କଲବଲ କରିବ । ତତଲା କଡେଇରେ ଭାଜି ହେବେ ରାଜ୍ୟବାସୀ । ଆଉ ୩ଦିନ ପରେ ରାଜ୍ୟରେ ବୃଦ୍ଧି ହେବ ତାପମାତ୍ରା । ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିଛି ଦିନ ହେବ ରାଜ୍ୟରେ ବର୍ଷା ଯୋଗୁଁ ତାତି କମ ରହିଥିଲା । ଏବେ ବର୍ଷାର ସତର୍କତା ହଟିବା ପରେ ସ୍ୱାଭାବିକ ହୋଇଛି ପାଗ । ଆଗକୁ ବଢିବ ପାରଦ । ବୃଦ୍ଧି ହେବ ତାପମାତ୍ରା । ପୁଣି ଅନୁଭବ ହେବ ଅସମ୍ଭାଳ ତାତି । ଆସନ୍ତା ୬ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ପାଗ ସ୍ୱାଭାବିକ ରହିବା ନେଇ ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here