The ratnabhandar will be opened tomorrow

0

ଆସନ୍ତାକାଲି ଖୋଲିବ ରତ୍ନ ଭଣ୍ଡାର 

ପୁରୀ ( ବିପ୍ଲବୀ ପରିକ୍ରମା ):- ବହୁ ପ୍ରତୀକ୍ଷିତ ତଥା ବହୁ ବିବାଦୀୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ ଏବେ ସତ ହେବାକୁ ଯାଉଛି। ଆସନ୍ତାକାଲି ରବିବାରରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏ ନେଇ ରତ୍ନ ମଣ୍ଡର କମିଟ ନିଷ୍ପତି କରିଛି। ତେବେ ଏହି ରତ୍ନ ଭଣ୍ଡାର ଖୋଲିବା ବେଳେ କଣ ସବୁ ନୀତି ନିୟମ ରହିବ ସେ ନେଇ ଆଜି ବସୁଛି କମିଟ ବୈଠକ। ସେଗୁଡିକ ମଧ୍ୟରେ ରହିଛି:- ରତ୍ନ ଭଣ୍ଡାରର ଥିବା ଡୁପ୍ଲିକେଟ ଚାବିରେ ଯଦି ତାଲା ନ ଖୋଲେ ତେବେ କଣ କରାଯିବ? ଯଦି ତାଲାକୁ ଭଙ୍ଗା ଯିବ ତେବେ ତାହାର ନୀତିନିୟମ କଣ ରହିବ, କିପରି ଭଙ୍ଗାଯିବ?ରତ୍ନ ଭଣ୍ଡାର କମିଟ ମଧ୍ୟରୁ କେଉଁମାନେ ବାହାରେ ରହିବେ, କେଉଁମାନେ ଭିତରେ ରହିବେ?

କମିଟର ସମସ୍ତ ସଦସ୍ୟ କେଉଁ ପୋଷାକ ପିନ୍ଧି ରତ୍ନ ଭଣ୍ଡାର ଖୋଲିବାକୁ ଯିବେ? କମିଟ ସଦସ୍ୟ ସମସ୍ତେ ନିଷ୍ଠାରେ ରହିବେ କି ନାହିଁ, ଭୋଜନ କରିବେ ନା ଉପବାସ ରହିବେ? ରତ୍ନ ଭଣ୍ଡାରର ଜିନିଷ ବାହାରକୁ ବାହାରିବା ବେଳେ ତାହା ଯେଉଁ ସ୍ଥାନରେ ରହିବ ସେ ଦାୟିତ୍ବରେ କେଉଁମାନେ ରହିବେ? ରତ୍ନ ଭଣ୍ଡାରର ବିଭିନ୍ନ ଅଳଙ୍କାରଗୁଡିକ କେଉଁ ପଦାର୍ଥରେ ନିର୍ମିତ ତାହା ଜାଣିବା ପାଇଁ କେଉଁ ବିଶେଷଜ୍ଞମାନେ ରହିବେ?ରତ୍ନ ଭଣ୍ଡାର ଭିତରୁ ଯଦି କିଛି ନଷ୍ଟ ହୋଇଯାଇଥିବା ଜିନିଷ ବାହାରେ ତେବେ ତାହାକୁ କଣ କରାଯିବ? ରତ୍ନ ଭଣ୍ଡାର ସମସ୍ତ ଜିନିଷ କେମିତି ଗଣନା କରାଯିବ, ସେହି ଜିନିଷର ନାମ କଣ ତାହା ସେ ନେଇ କିଏ ନିଷ୍ପତି ନେବ?

LEAVE A REPLY

Please enter your comment!
Please enter your name here