ଏ ବର୍ଷ ରେକର୍ଡ ଭାଙ୍ଗିବ ତାତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚ, ଏପ୍ରିଲ ଓ ମେ ଏହି ତିନି ମାସ ହେବ ଅଗ୍ନି ବର୍ଷା । ମାର୍ଚ୍ଚ ମାସରେ ପ୍ରବଳ ଖରା ହେବ । ଏପରିକି ହିଟ ୱେଭ ଅବଧି ବି ଅଧିକ ରହିବ ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ସାରା ଦେଶରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମଡି ଆକଳନ କରିଥିବାବେଳେ ରାଜ୍ୟରେ ବି ଅନୁରୂପ ଭାବେ ତାତି ଦେଖିବାକୁ ମିଳିବ । ଏଥର ମାର୍ଚ୍ଚ ମାସରେ ସ୍ୱାଭାବିକ ଠାରୁ ୩ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ତାତି ବଢ଼ିବାରେ ଲାଗିଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ବିଭାଗ । ମାର୍ଚ୍ଚ ମାସରେ ସ୍ୱାଭାବିକ ଠାରୁ ୨ ରୁ ୩ ଦିନ ଅଧିକ ରହିବ ଗ୍ରୀଷ୍ମ ପ୍ରବାହ ।

LEAVE A REPLY

Please enter your comment!
Please enter your name here