(ବିପ୍ଲବୀ ପରିକ୍ରମା ବ୍ୟୁରୋ);ନିଘୋଡ଼ ନିଦ୍ରାରେ ଶୋଇ ଥିବା ପୌରପ୍ରଶାସନକୁ ଚେତାଇବା ପାଇଁ ଘଣ୍ଟପିଟି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକ ପତ୍ର ପ୍ରଦାନ କରିଛି ସଂଘ। ବାରମ୍ବାର ଦାବି ସ୍ବତେ ପ୍ରଶାସନ ସମସ୍ୟାର ସମାଧାନ ନିମନ୍ତେ କୋୖଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକ ଓହ୍ଲାଇଛନ୍ତି ବସ୍ତି ବାସିନ୍ଦା। ସେମାନଙ୍କ କହିବା ହେଲା ଦୀର୍ଘ ଦିନଧରି ଆନ୍ଦୋଳନ ପରେ ସରକାର ସହରାଞ୍ଚଳ ଉନ୍ନତି କରଣ ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନିମନ୍ତେ ଜାଗାମିସନ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଚିହ୍ନଟ କରି ଜମିପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ପୌରପ୍ରଶାସନ ଏକ୍ଷେତ୍ରରେ ପାନ୍ତର ଅନ୍ତର ନୀତି ଆପଣାଇବା ସହ ବହୁ ଅଯୋଗ୍ୟ ହିତାଧୀକାରୀ ଙ୍କୁ ଜମିପଟ୍ଟା ପ୍ରଦାନ କରିଥିବା ବେଳେ ଅନେକ ବସ୍ତି ବାସିନ୍ଦା ବାଦ ପଡ଼ିଥିବା ଅଭିଯୋଗ କରିଛନ୍ତି। ସେହିଭଳି ଅନେକ ବସ୍ତିରେ ଡ୍ରେନେଜ , ରାସ୍ତା ଓ ବିଦ୍ୟୁତ ସଂଯୋଗ ସମସ୍ୟା ରହିଛି ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନ କରିବା ସହ ଧାର୍ଯ୍ୟ ସମୟ ମଧ୍ୟର ଦାବି ପୂରଣ ନହେଲେ ବାଧ୍ୟ ହୋଇ ବସ୍ତି ବାସିନ୍ଦା ପୌରପରିଷଦ କାର୍ଯ୍ୟାଳୟକୁ ବାସଗୃହ ବ୍ୟବହାର କରିବେ ବୋଲି ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ୍ ପ୍ରଧାନ କହିଛନ୍ତି। ସେପଟେ ଯଥାଶୀଘ୍ର ମଞ୍ଚର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲିି ନିର୍ବାହୀ ଅଧିକାରୀ କହିଛନ୍ତି।