ନୂତନ ଭାବେ ନିର୍ମିତ ଚେରମାରିଆ – କେନ୍ଦୁପଦର ସେତୁର ରାସ୍ତା ଅବସ୍ଥା ବେହାଲ 

0
Oplus_131072

ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା ଜାତୀୟ ରାଜପଥ କଡ଼ରେ ନିର୍ମିତ ଚେରମାରିଆ -କେନ୍ଦୁପଦର ଋଷିକୂଲ୍ୟା ନଦୀ ଉପରେ ନିର୍ମିତ ନୂତନ ସେତୁର ଉଦଘାଟନ ର ୦୨ ମାସ ନପୂରୁଣୁ ଏବେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡିଥିବା ଦେଖିବାକୁ ମିଳିଛି l ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚେରମାରିଆ ଠାରୁ କେନ୍ଦୁପଦର ଋଷିକୂଲ୍ୟା ନଦୀ ଉପରେ ସେତୁ ର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୪/୦୨/ରେ ଲୋକାର୍ପଣ କରିଥିଲେ l ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରାୟ ୨୭ କୋଟି ଟଙ୍କା ବ୍ୟୟ ରେ ଏହି ସେତୁ ନିର୍ମାଣ କରାଯାଇଥିଲା l

Oplus_131072

ଏହାର କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ କରି ୨୦୨୪ ରେ ଏହା ଲୋକାର୍ପଣ ହୋଇଥିଲା l ୧୨ ଖଣ୍ଡ ଗ୍ରାମବାସୀ ମାନଙ୍କ ଦୀର୍ଘ ଦିନର ଆଶା ଥିଲା ଏହି ସେତୁ ନିର୍ମାଣ ହେବା ପରେ ଆସିକା ବ୍ଲକ, ଶେରଗଡ଼ ବ୍ଲକ ଓ କବିସୂର୍ଯ୍ୟନଗର ବ୍ଲକ ର ଅନେକ ପଂଚାୟତ ର ଗ୍ରାମବାସୀ, ବିଦ୍ୟାର୍ଥୀ, ବ୍ୟବସାୟୀ, ମାନଙ୍କ ଯାତାୟାତରେ ଉପକୃତ ହେବେ l ଗ୍ରାମବାସୀ ମାନଙ୍କ ଦୀର୍ଘ ଦିନର ଆଶା ସ୍ୱପ୍ନ ସାକାର ହୋଇଛି ବୋଲି କେତେ ଖୁସି ରହିଥିଲେ l

ହେଲେ ଏବେ କିଛିଦିନ ହେଲା ଏହି ସେତୁ ଯିବା ଆସିବl ରାସ୍ତା ଅତି ଶୋଚନୀୟ ହୋଇପଡ଼ିଲାଣି l ଦୁଇ ମାସ ନପୂରୁଣୁ ଏହି ପିଚୁ ରାସ୍ତା ଖାଲ ଖମା ହେବା ଅଂଚଳ ବାସୀ ପାଇଁ ଚିନ୍ତା ବଢ଼ାଇଦେଇଛି l ଗ୍ରାମବାସୀ ମନରେ ଏହାର ଗୁଣଭତ୍ତା ଉପରେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି l ଏହି ରାସ୍ତା କାମର କ୍ୱାଲିଟି ଅଧିକାରୀ ଆସି ଏହାର ମାନ ନିର୍ଧାରଣ କରିବା ସହ ଉତ୍ତମ ରାସ୍ତା ତିଆରି କଲେ ଅନେକ ଲୋକ, ବିଦ୍ୟାର୍ଥୀ, ବ୍ୟବସୟୀ ସମସ୍ତେ ଉପକୃତ ହେବେ ବୋଲି ସାଧାରଣରେ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here