ଗେରୁଆ ହେବ ବିଦ୍ୟାଳୟ କୋଠା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଦଳିବ ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ । ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ପରେ ଏବେ ସ୍କୁଲର ପାଳି । ଗେରୁଆ ରଙ୍ଗରେ ଝଲସିବ ବିଦ୍ୟାଳୟ କୋଠା । ସରକାରୀ ସ୍କୁଲର ନୂଆ ରଙ୍ଗକୁ ଅନୁମୋଦନ କରିଛି ଶିକ୍ଷା ବିଭାଗ । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ପିଏମ୍ ଶ୍ରୀ ସ୍କୁଲଗୁଡିକର ରଙ୍ଗ ମଧ୍ୟ ବଦଳିବ । ସରକାରୀ ସ୍କୁଲରେ ୟୁନିଫର୍ମ ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସରକାର ବଦଳିବା ପରେ ରାଜ୍ୟରେ ସବୁ କ୍ଷେତ୍ରରେ ବଦଳୁଛି ରଙ୍ଗ । ସରକାରୀ କାର୍ଯ୍ୟାଳୟ ରଙ୍ଗ ଗେରୁଆ କରିବାକୁ ଗତବର୍ଷ ଅକ୍ଟୋବର ମାସରେ ପୂର୍ତ୍ତ ବିଭାଗ ନିର୍ଦ୍ଦେଶ ଦେଇଥିଲା । ଏବେ ଏହି କ୍ରମରେ ବଦଳିବ ସରକାରୀ ସ୍କୁଲ କୋଠାର ରଙ୍ଗ । ଗେରୁଆ ରଙ୍ଗ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି OSEPA । OSEPAର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏନେଇ ଚିଠି ଲେଖିଛନ୍ତି । ସରକାରୀ ସ୍କୁଲର ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ ରହିବ । ସବୁ ସରକାରୀ ସ୍କୁଲ କୋଠାର ରଙ୍ଗ ସମାନ ରହିବ । ପୁରୁଣା ସେବାକୁ ନୂଆ ଢଙ୍ଗରେ ଜନତାଙ୍କୁ ଭେଟି ଦେବାକୁ ପ୍ରୟାସ କରୁଛନ୍ତି ନୂଆ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି । ସରକାରୀ କୋଠା ଓ ସରକାରୀ ହସ୍ପିଟାଲ ବିଲ୍ଡିଂ ପରେ ଏବେ ସ୍କୁଲ ରଙ୍ଗ ବଦଳିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here