ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ଗଜପତି ଜ଼ିଲ୍ଲା କାଶୀନଗର ବ୍ଳକର ବୁଦୁରା ପଞ୍ଚାୟତରୁ ଆସିଛି ସଂଘାତିକ ଅଭିଯୋଗ। କାର୍ଯ୍ୟ ନକରି ଫଳକରେ କାମସାରି ଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ , ଅନ୍ୟ ଏକ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ଊନୟନ କାର୍ଯ୍ୟରେ ଦୃନୀତି ହୋଇଛି , ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଳକ ଅଫିସ, ଓ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ , ୱାର୍ଡ ମେମ୍ବର ଓ ପୂର୍ବତନ ସମିତି ସଭ୍ୟ । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବୁଦୁରା ଗ୍ରାମ ର PWD ରୋଡ଼ ଠାରୁ ନଦୀ ବନ୍ଧ ପର୍ଯ୍ୟନ୍ତ CC ରାସ୍ତା ଓ ନାଳ କାର୍ଯ୍ୟକାରୀ ପାଇଁ ପାଞ୍ଚ ଲକ୍ଷ୍ୟ ଅଟକଳ ମୁଲ୍ୟ ୫ ଲକ୍ଷ ରହିଥିବା ବେଳେ ଏଠାରେ କେବଳ ଫଳକ ରହିଛି । ମାତ୍ର ରାସ୍ତା , କିମ୍ବା ନାଳ ଦେଖାଯାଉ ନାହିଁ। ୨୦୨୨ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିବା ଫଳକରେ ଉଲେଖ ରହିଥିବା ବେଳେ କାର୍ଯ୍ୟ ଶେଷ ହେବାର ତାରିଖ ବର୍ତ୍ତମାନ ସୁଦ୍ଧା ଲେଖା ଯାଇନାହିଁ । ସେପଟେ ଅନ୍ୟ ଏକ କାର୍ଯ୍ୟ ବାଥବା ଗ୍ରାମର ବଶଂଧାରା ନଦୀ ତଟରେ ସ୍ମଶାନ ଘାଟର ପାଚେରୀ ନିର୍ମାଣ ଯାହା ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟଟି ୨୦୨୪-୨୫ ଆର୍ଥିକ ବର୍ଷରେ ଏମ.ଜି.ଏନ.ଆର.ଇ.ଜି.ଏ ଯୋଜନାରେ ଜାରି ରହିଥିବା ବେଳେ ଏହାର ଅଟକଳ ମୁଲ୍ୟ ଆଠ ଲକ୍ଷ ଟଙ୍କା ରହିଛି , ନଦୀ ମୁହାଣରେ ପାଚେରୀ ନିର୍ମାଣ କାର୍ଯ୍ୟ ରେ ପିଲର ନଥିବା ବେଳେ କଂକ୍ରିଟରେ ନାହିଁ ଲୁହା ଛଡ ଯାହା ଫଳରେ ବର୍ଷା ଦିନରେ ବଂଶଧାରା ରେ ଜଳସ୍ତର ବୃଦ୍ଧି ହେଲେ ଧୋଇ ଯିବାର ସମ୍ଭାବନା ରହିଛି । ନିର୍ମାଣ କାର୍ଯ୍ୟରେ ତୃଟି ଥାଇ ଅଭିଯୋଗ ପରେ ବି ନିର୍ମାଣ କାର୍ଯ୍ୟ ଦାୟିତ୍ଵ ରେ ରହିଥିବା ଅଧିକାରୀ ଜାଣି ଅଜଣା ସାଜିଛନ୍ତି । ପଞ୍ଚାୟତ ଅଧିକାରୀ ଠାରୁ ବ୍ଲକ ଅଧିକାରୀ ମିଳିମିଶି ଚଳୁ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପରବର୍ତ୍ତୀ ସମୟରେ ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯଦି କାର୍ଯାନୁଷ୍ଠାନ ନନିଯାଏ ତାହାଲେ ବିଭାଗିୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ତେବେ ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ ରିପୋର୍ଟ ଆସିଲା ପରେ ଯଦି ଅଭିଯୋଗ ର ସତ୍ୟତା ଥାଏ ତାହାହେଲେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।