ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଦିନକୁ ଦିନ ବୃଦ୍ଧି ପାଉଛି ମୟୁରଭଞ୍ଜ ଯଶିପୁର ଅଞ୍ଚଳରେ ଚୋରା ମଦ ଚାଲାଣ, ସେ ଦେଶୀ ମଦ ହେଉ କିମ୍ବା ବିଦେଶୀ ମଦ ହେଉ ଯଶିପୁର ର ଅଧିକାଂଶ ଗାଁ ରେ ଖୁଲମ୍ ଖୋଲ୍ଲା ଚାଲିଛି ମଦ ବେପାର। ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି ପରିପ୍ରେକ୍ଷୀରେ ସ୍ବତନ୍ତ୍ର ସ୍କ୍ବାର୍ଡ୍ ଟିମ୍ କରୁଛି କଡାକଡି ଯାଞ୍ଚ, ତେବେ ଆଜି ଯଶିପୁର ୨୬ ନମ୍ବର ବିଧାନସଭା ପାଇଁ ଉଦ୍ଦିଷ୍ଟ ୫ ନମ୍ବର ସ୍ବତନ୍ତ୍ର ଫ୍ଲାଇଙ୍ଗ ସ୍କ୍ବାର୍ଡ୍ ଟିମ୍ ଯଶିପୁର ଥାନା ଅନ୍ତର୍ଗତ ଟିକରପଡାଠାରେ ଗୋଡାଇ ଧରିଛି ଏକ ମଦ ବେପାରୀକୁ।

ଜନୈକ ମଦ ବେପାରୀ ପାଖରୁ ଆନୁମାନିକ ୫୦ଲିଟର ମଦ ଜବତ କରିବା ସହିତ ଗୋଟିଏ ବାଇକ ଜବତ କରି ଯଶିପୁର ଅବକାରୀ ଟିମ୍ ଥାନାକୁ ହସ୍ତାନ୍ତର କରିଛି। ଯାହାର ଆନୁମାନିକ ମୂଲ୍ୟ ପାଖା ପାଖି ୧୦ହଜାର ଟଙ୍କା ହେବ ବୋଲି ଯଶିପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।