୪ତାରିଖ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ ବର୍ଷା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆହୁରି ୩ ଦିନ ଯାଏ ତାଣ୍ଡବ ରଚିବ କାଳବୈଶାଖୀ ବର୍ଷା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ଅପରାହ୍ନରେ ହେବ କାଳବୈଶାଖୀ ବର୍ଷା । ଆସନ୍ତା ୩ ତାରିଖ ଯାଏ ବିଜୁଳି ଘଡଘଡି ସହ କୁଆ ପଥରର ସତର୍କତା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ଗଂଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୯ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ କୁଆ ପଥର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ ଗଜପତି, ଅନୁଗୁଳ , ଢେଙ୍କାନାଳ, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, ସୋନପୁର, ବୌଦ୍ଧ, ବରଗଡ଼ ଓ ନବରଙ୍ଗପୁର ଏହି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଏହି ୭ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ଦେଇଛି ବିଭାଗ ।

LEAVE A REPLY

Please enter your comment!
Please enter your name here