କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଠାକୁରାଣୀସ୍ଥିତ ଓଏମଡିସି କମ୍ପାନୀ ପକ୍ଷରୁ ଦୀର୍ଘ ବର୍ଷରୁ ବଡବିଲ ସହର ମଧ୍ୟରେ ଥିବା ସମସ୍ତ ବିଦ୍ୟାଳୟ ଓ କଲେଜ ନେବା ଆଣିବା ପାଇଁ ବସସେବା ଯୋଗାଇ ଦିଆଯାଉଥିଲା । ଯେଉଁଥିରେ ଠାକୁରାଣୀ ଗ୍ରାମର ଛାତ୍ରଛାତ୍ରୀ ମାନେ ବସି ସ୍କୁଲ ଓ କଲେଜ ଯାଉଥିଲେ। ମାତ୍ର ଗତ ପ୍ରାୟ ପାଞ୍ଚ ଦିନରୁ କମ୍ପାନୀ ପକ୍ଷରୁ କେବଳ ଘରୋଇ ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ଏହି ସୁବିଧା କରାଯାଇଥିବା ବେଳେ ସମସ୍ତ ସରକାରୀ ସ୍କୁଲ ଓ ବଡବିଲ କଲେଜ ବିଦ୍ୟାର୍ଥୀଙ୍କ ପାଇଁ ବସ ସେବାକୁ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।
କମ୍ପାନୀର ଏହି ପକ୍ଷପାତିତା ବିରୋଧରେ ଆଜି ଠାକୁରାଣୀ ଗ୍ରାମର ଛାତ୍ରଛାତ୍ରୀମାନେ ଓଏମଡିସି ଅଫିସ ସମ୍ମୁଖରେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଘେରାଉ କରିଥିଲେ। ଛାତ୍ରଛାତ୍ରୀମାନେ ଏହି ବସସେବା ଆରମ୍ଭ କରିବା ଦାବିରେ ଅଟଳ ରହିଥିବା ବେଳେ ପରେ ବୁଝାସୁଝା କରିବା ପରେ ସେମାନେ ରାସ୍ତା ଛାଡି ଦେଇଥିଲେ। ଅନ୍ୟ ପକ୍ଷରେ କମ୍ପାନୀରେ ତେଲ ପାଣ୍ଠି ଅଭାବ ଯୋଗୁଁ ଏହି ବସ ସେବା ବନ୍ଦ ହୋଇଥିବା ଅଧିକାରୀ ଜଣକ କହିଥିଲେ।