ବିପ୍ଲବୀ ପରିକ୍ରମା ଡିଜିଟାଲ :-:ସାରା ରାଜ୍ୟରେ ପାରଦ ସ୍ତର ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସହରରେ ଗରମ ହେଉଛି। ଲୋକେ ଦିନରେ ତାତିରେ କଲବଲ ହେଉଛନ୍ତି। ରବିବାର ରାଜ୍ୟର ସାତଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ବୌଦ୍ଧ ସହର ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଛି। ରବିବାର ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।
ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।