ମାଲକାନଗିରି ଜିଲ୍ଲାରେ କାୟା ମେଲାଇଛନ୍ତି ଟେଣ୍ଡର ମାଫିଆ

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲାରେ କାୟା ମେଲାଇଛନ୍ତି ଟେଣ୍ଡର ମାଫିଆ ।ମାଲକାନଗିରି ରେ ପୁଣି ହେଲା ଟେଣ୍ଡର ଫିକ୍ସିଂଗ ।ସେତେବେଳେ ଚିତ୍ରକୋଣ୍ଡା ଏବେ କୋରୁକୋଣ୍ଡା ବ୍ଲକ ରେ ହେଲା ଟେଣ୍ଡର ଫିକ୍ସିଂଗ ।ସୂଚନା ମୁତାବକ କୋରୁକୋଣ୍ଡା ବ୍ଲକ ର ଚାରି ଗୋଟି ପଂଚାୟତ ର ସ୍କୁଲ ରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଗତ  10 ଅଗଷ୍ଟ ରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯାହାର ଗତ କାଲି ଟେଣ୍ଡର ପେପର ବିକ୍ରିର ଶେଷ ଦୀନ ଥିବା ବେଳେ ଆଜି ଟେଣ୍ଡର ପେପର ଦାଖଲ ର ଶେଷ ଦିନ । କିନ୍ତୁ ଏହାର ଢେର ପୂର୍ବରୁ ଅର୍ଥାତ ଗତକାଲି ସନ୍ଧ୍ୟାରେ ଖୋଦ ବ୍ଲକ ସାମ୍ନା ରେ ଟେଣ୍ଡର ଫିକ୍ସିଂଗ ହେଉଥିବାର ର ଭିଡ଼ିଓ ଏବେ ସାମ୍ନା କୁ ଆସିଛି । ଟେଣ୍ଡର ନିୟମ କୁ ଉଲ୍ଲଂଘନ କରି କୋରୁକୋଣ୍ଡା ବ୍ଲକ ପରିସର ମଧ୍ୟରେ ପ୍ରାୟ 30 ରୁ ଉର୍ଦ୍ଧ ଠିକାଦାର ଏକତ୍ରିତ ହୋଇ ଟେଣ୍ଡର ଫିକ୍ସିଂଗ କରୁଥିବା ର ଭିଡ଼ିଓ ସାମ୍ନା କୁ ଆସିଛି ।

 

ଦେଖନ୍ତୁ ଏହି ଭିଡ଼ିଓ କୁ କିଭଳି ହେଉଛି ଟେଣ୍ଡର ଫିକ୍ସିଂଗ । ଟେଣ୍ଡର ପୂର୍ବରୁ ସବୁ ଠିକାଦାର ଏକତ୍ରିତ ହେଉଛନ୍ତି ଆଉ ସେମାନଙ୍କ ସେମାନଙ୍କ ମଧ୍ୟରେ ଫିକ୍ସିଂଗ ପାଇଁ ଗଠନ ହେଉଛି କମିଟି । କେଉଁ କାମ କିଏ କରିବ , କେଉଁ କାମ ପାଇଁ କେତେ ଟଙ୍କା , ଆଉ ନିର୍ଦ୍ଧାରିତ ଟଙ୍କା ରେ କେତେ ଜଣ ଭାଗ ରହିବେ ସବୁ ଜିନିଷ । ଏପରିକି ସାମ୍ବାଦିକ ଙ୍କ ଠାରୁ ଆରମ୍ଭ କରି ବ୍ଲକ ର କର୍ମଚାରୀ ଙ୍କୁ ମଧ୍ୟ ଭାଗ ଦିଆଯାଉଛି ବୋଲ ଆମ ଗୁପ୍ତ କ୍ୟାମେରା ରେ ସୁଟିଙ୍ଗ ହୋଇଥିବା ଏହି ଭିଡ଼ିଓ ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ଜିଲ୍ଲାରେ ବାରମ୍ବାର ଏଭଳି ଟେଣ୍ଡର ଫିକ୍ସିଂଗ ର ଚିତ୍ର ସାମ୍ନା କୁ ଆସୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କାହିଁକି ଏହାକୁ ପ୍ରଶ୍ରୟ ଦେଉଛନ୍ତି ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here