ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ତୃତୀୟ କିସ୍ତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ନାରୀଙ୍କୁ ସମ୍ମାନ ଦେବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡ଼ିଶାର ନାରୀଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢ଼ି ତୋଳିବା। ସରକାରର ଏକ ବର୍ଷ ପୂରଣ ପରେ ଦ୍ୱିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ ଆମେ ବିଶ୍ବାସ କରୁ ଯେ ଯେତେଦିନ ପର୍ଯ୍ୟନ୍ତ ଅଧା ଜନସଂଖ୍ୟାର ବିକାଶ ହୋଇନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶୁକ୍ରବାର କଟକର ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।ସୁଭଦ୍ରା’ ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ସହାୟତା ହେଉଛି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା। ଏହାଛଡ଼ା ମହିଳାଙ୍କୁ ଆର୍ଥିକସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ‘ଲକ୍ଷପତି ଦିଦି’ ଯୋଜନାର ପରିକଳ୍ପନା କରିଥିଲେ। ଏହା ଆମ ରାଜ୍ୟର ମା’ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି। ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ଚଳିତବର୍ଷ ବଜେଟ୍‌ରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ବ୍ୟବସ୍ଥା ସେମାନଙ୍କ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। କଟକରେ ଲକ୍ଷପତି ଦିଦି ନୁହନ୍ତି, ବରଂ ୪ଲକ୍ଷପତି ତିଆରି ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ପତି ଦିଦି ସୃଷ୍ଟି କରିବୁ। ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ ଯୋଜନାର ୩ୟ କିସ୍ତି ଟଙ୍କ‌ା ସମସ୍ତଙ୍କୁ ଆକାଉଣ୍ଟକୁ ଯିବ ବୋଲି ଶ୍ରୀମତି ପରିଡା କହିଥିଲେ।

LEAVE A REPLY

Please enter your comment!
Please enter your name here