ବିପ୍ଲବୀ ପରିକ୍ରମା ଡିଜିଟାଲ :- ମନୋରଞ୍ଜନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ । ଲୋକମାନେ ନିଜର ବଜେଟ ହିସାବରେ ସ୍ଥାନ ମଧ୍ୟ ବାଛନ୍ତି । ପିକନିକ ହେଉ, ପାର୍ଟି ଅବା ଭ୍ରମଣ ମନୋରଞ୍ଜନ କରିବାର ଦିଗ ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ । ତେବେ କିଛି ଲୋକେ ପାଣି ଭିତରେ ରହି ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ପାଣି ଭିତରେ ରହି ମନୋରଞ୍ଜନ କରିବାର ଅନ୍ୟ ଏକ ବିକଳ୍ପ ହେଉଛି କ୍ରୁଜ ଜାହାଜ । ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ ହେଉଛି ଆଇକନ୍ । ଯାହାର ଲମ୍ବ ୧୨୦୦ ଫୁଟ ଏବଂ ଏହା ୨୦ ମହଲା ଉଚ୍ଚ । ଆଇକନ୍ ନାମକ ଏହି କ୍ରୁଜରେ ବିଶ୍ୱର ସର୍ବ ବୃହତ ଓ୍ଵାଟର ପାର୍କ ବି ରହିଛି । ଏଥିରେ ଥିମ୍ ପାର୍କ, ରେଷ୍ଟୁରାଣ୍ଟ, ପାନୀୟ ଏବଂ ମନୋରଞ୍ଜନ ପାଇଁ ୪୦ ରୁ ଅଧିକ ବିକଳ୍ପ ରହିଛି । ଏହି କ୍ରୁଜ୍ ଉପରେ ଏକ ଅଲ୍ଟିମେଟ୍ ଫ୍ୟାମିଲି ଟାଉନ୍ ହାଉସ୍ ରହିଛି ଯାହା ରହିବାକୁ ତିନି ମହଲା ଘର ପରି । ୫,୬୧୦ ଯାତ୍ରୀ ଏବଂ ୨,୩୫୦ କ୍ରୁ ସଦସ୍ୟ ଯଥା ୭୯୬୦ ଲୋକ ସମୁଦ୍ରର ପ୍ରାୟ ୬ ଏକର ଲମ୍ବା ଆଇକନ୍ ଉପରେ ଏକକାଳୀନ ଯାତ୍ରା କରିପାରିବେ । ଏହି କ୍ରୁଜ୍ ଫିନଲ୍ୟାଣ୍ଡରେ କରାଯାଇଛି । ୪୫୦ ଜଣ ବିଶେଷଜ୍ଞ ଜାହାଜର ଧନୁ, ମୁଖ୍ୟ ଇଞ୍ଜିନ, ଚାଳକ, ଶବ୍ଦ ସ୍ତର ଇତ୍ୟାଦି ଚାରି ଦିନ ଯାଞ୍ଚ କରିଥିଲେ । ସୂଚନାଅନୁସାରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପୂର୍ବ ପ୍ରି ଓ୍ଵଣ୍ଡିଂ ଫଙ୍କସନ୍ ମଧ୍ୟ କ୍ରୁଜ୍ ରେ ହୋଇଛି । ଯାହା ବେଶ୍ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଜାଣିଛନ୍ତି କି ଏହା ଦୁନିଆର ଦାମୀ ସବୁଠାରୁ ମହଙ୍ଗା କ୍ରୁଜ୍ ନୁହେଁ । ଅନନ୍ତ-ରାଧିକାଙ୍କ ପ୍ରିଓ୍ଵଡେିଂ ହୋଇଥିବା କ୍ରୁଜ୍ ହେଉଛି ସେଲିବ୍ରିଟି ଏସେଣ୍ଟ । ଦୁନିଆର ସବୁଠୁ ଦାମୀ କ୍ରୁଜ୍ ହେଉଛି ଆଇକନ୍ ଅଫ୍ ଦି ସି । ଏହି ଜାହାଜର ମାଲିକ ରୟାଲ୍ କାରିବିଆନ୍, ଏହା ଏକ କ୍ରୁଜ୍ ଉପରେ ସମୁଦ୍ରରେ ଚାଲୁଥିବା ସବୁଠାରୁ ବଡ ୱାଟର ପାର୍କ ବୋଲି ଦାବି କରେ । ଏହି ୱାଟର ପାର୍କରେ ୬ ଟି ୱାଟର ସ୍ଲାଇଡ୍ ସ୍ଥାପନ କରାଯାଇଛି । ରୟାଲ୍ କାରିବିଆନ୍ ଦାବି କରିଛି ଯେ, ଏହି ଜାହାଜରେ ଲୋକମାନେ ଏକ ଅଭିଜ୍ଞତା ପାଇବେ ଯାହା ସେମାନେ କଳ୍ପନା ମଧ୍ୟ କରିନାହାଁନ୍ତି । ଏହି କ୍ରୁଜ୍ ଜାହାଜରେ ରିସର୍ଟ ଗେଟୱେ, ଏକ ଥିମ୍ ପାର୍କ, ଏକ ସମୁଦ୍ରକୂଳ ଏବଂ ଅନେକ ପାନୀୟ ଏବଂ ଭୋଜନ ସୁବିଧା ଅଛି । ଏଥିରେ ଆରାମ ପାଇଁ ୭ ଟି ପୁଲ୍ ଏବଂ ୯ ଟି ବର୍ଲପୁଲ ଅଛି । ଆଇକନ୍ ଅଫ୍ ଦି ସି ଡେକ୍ ୨୦ ରେ ରୟାଲ୍ କାରିବିଆନ୍ର ପ୍ରଥମ ଡୁଏଲ୍ ପିଆନୋ ବାର୍ ମଧ୍ୟ ପ୍ରଦର୍ଶିତ ହୋଇଛି । ଜାହାଜରେ ୨୮ ପ୍ରକାରର କ୍ୟାବିନ ଅଛି । ୩ ରୁ ୪ ଜଣ ଲୋକ ଗୋଟିଏ କୋଠରୀରେ ରହିପାରିବେ, ଅଧିକାଂଶ କୋଠରୀରେ ବାଲକୋନି ମଧ୍ୟ ଉପଲବ୍ଧ । କ୍ରୁଜ୍ ପାଇଁ ଟିକେଟ୍ ମୂଲ୍ୟ ଭିନ୍ନ ଅଟେ । ସବୁଠାରୁ ଶସ୍ତା ଟିକେଟ ହେଉଛି ୧,୩୯,୭୦୭ ଟଙ୍କା ।