ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା : ଭୁଷୁଡିଲା ବିଜେଡିର ଗଡ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ ଏବେ ଲାଗିଛି ବିରାମ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ରାଜନୀତିର ସାଗୁଆ ଦୂର୍ଗ ଓଡିଶା ଏବେ ଗେରୁଆ । ଓଡ଼ିଶାରେ ପରିବର୍ତ୍ତନ ବି ଏମିତି ପରିବର୍ତ୍ତନ ଆସିପାରେ, ଅନେକଙ୍କୁ ବିଶ୍ବାସ ନହେଲେ ମଧ୍ୟ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ନିରଙ୍କୁଶ ଶାସନ, ବ୍ୟକ୍ତିତ୍ବର ମ୍ୟାଜିକ ଓ କ୍ଷମତାର ପତିଆରାରେ ଜନମତକୁ ଜାଗିର ଭାଗିବା ମସ୍ତବଡ଼ ଭୁଲ, ତାହା ଓଡ଼ିଶା ନିର୍ବାଚନ ଫଳାପଳରୁ ପ୍ରତିପାଦିତ ହୋଇଛି। ରାଜନୀତିରେ ଜନତା ବିଶ୍ବାସ କଲେ , ଆଖିବୁଜି ସୁନା କଳସ ଢାଳିଦିଅନ୍ତି, ଯଦି ଅବିଶ୍ବାସ କରନ୍ତି ପାଦ ତଳୁ ଭୂଇଁ ଟାଣି ଆଣନ୍ତି। ବିକାଶର ଓ ରୁପାନ୍ତରଣ ନାଁରେ ନେଇ ଜନମତକୁ ପ୍ରଭବିତ କରିବା ଯେ ଅସମ୍ଭବ ତାହା ଓଡ଼ିଶା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।

ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ ନିର୍ବାଚନରେ ଦ୍ୱିତୀୟ ଆସନ କଣ୍ଟାବାଞ୍ଜିରୁ ନବୀନ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍‌ ବିଜୟ ହାସଲ କରିଛନ୍ତି। ନବୀନଙ୍କ ନିଜ ରାଜନୀତି କ୍ୟାରିୟର୍‌ରେ ଏହା ପ୍ରଥମ ପରାଜୟ। ୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି।ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଯାହାକି ସାରା ଦେଶରେ ରେକର୍ଡ ହୋଇଥାନ୍ତା। ତେବେ ବିଜେପି ଓଡ଼ିଶାରେ ସରକାର କରିବେ ବୋଲି ଆକଳନ କରାଯାଉଛି। ଭୋଟିଂରୁ ସ୍ପଷ୍ଟ ହେଉଛି ଯେ ଏଥର ଓଡ଼ିଶାରେ ପରିବର୍ତ୍ତନ ଜଳ ଜଳ ଦେଖାଯାଉଛି।ବିଜେଡିକୁ ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା ଲାଗିଛି।

LEAVE A REPLY

Please enter your comment!
Please enter your name here