ସାଢେ ୭ ଘଣ୍ଟାରେ ହେଲା ଅଳଙ୍କାର ସ୍ଥାନାନ୍ତରଣ 

0

ପୁରୀ ( ବିପ୍ଲବୀ ପରିକ୍ରମା ):- ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ କରି ଶ୍ରୀମନ୍ଦିରରୁ ବାହାରିଲେ ୧୧ ଜଣିଆ ଟିମ୍‌ । ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ଲାଗିଲା ସାଢ଼େ ୭ ଘଣ୍ଟା ସମୟ । ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ । ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହେଲା ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଅନ୍ୟପଟେ ରତ୍ନଭଣ୍ଡାରରେ କଣ ସବୁ ଅଛି ବୋଲି ପଚାରିବାରୁ ତାହା ଆମେ କହିବୁ ନାହିଁ ବୋଲି ସିଧାସଳଖ କହିଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ । ଆପଣଙ୍କ ଘରେ କଣ ସବୁ ଅଳଙ୍କାର ଅଛି, ତାହା ଆପଣ କାହାକୁ କହିନଥାନ୍ତି । ସେମିତି ମହାପ୍ରଭୁଙ୍କର କଣ ଅଳଙ୍କାର ଅଛି, ତାକୁ ଆମେ ପ୍ରକାଶ କରିବୁ ନାହିଁ ।ଏନେଇ ଆମେ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନାଁରେ ଶପଥ ନେଇଛୁ । ଯାହା ଦେଖିଛୁ ତାହା ଆମ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡରୁ ବାହାରିବ ନାହିଁ ବୋଲି କହିଛନ୍ତି ଜଷ୍ଟିସ ରଥ ।ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା । ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା । ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର ହୋଇଥିଲା । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଥିଲା । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା ବୋଲି କହିଛନ୍ତି ଜଷ୍ଟିସ ରଥ ।

LEAVE A REPLY

Please enter your comment!
Please enter your name here