ନିଶାମୁକ୍ତ ଓଡିଶା ଗଠନ ପାଇଁ ପଣିକିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଦୁଇଭଉଣୀ 

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି କାଙ୍ଗୁରକୋଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ପକ୍ଷରୁ ୧୨ କ ପଣିକିଆ ରେ ନିଶାମୁକ୍ତ ଓଡ଼ିଶା ଗୀତ ବେଶ୍ ଆଦୃତ ହୋଇଛି। ଶିଶୁ କଳାକାର ୨ ଭୋଉଣୀ ସୃତୀ ଶୁଲଗ୍ନା ଏବଂ ପ୍ରିତୀ ଶୁଲଗ୍ନା ପଣକିଆ ମାଧ୍ୟମର ଏହି ନିଶା ଉପରେ ସଚେତନତା ଗୀତ ଗାଇଛନ୍ତି। ପୂର୍ବରୁ ମଧ୍ୟ ୨ ଏକ ଠାରୁ ୧୧ କ ପର୍ଯ୍ୟନ୍ତ ପଣିକିଆ ଗାଇ ଲୋକଙ୍କର ମନ ଜିତିଥିଲେ। ସବୁଠାରୁ ୧୧ କ ପଣିକିଆ ମାଧ୍ୟମରେ ଭୋଟର ସଚେତନତା ଗୀତ ଲୋକପ୍ରିୟତା ହୋଇଥିଲା। ଏବେ ପୁଣି ନିଶାଦ୍ରବ୍ୟ ସେବନ କଲେ କେଉଁ କେଉଁ ଅସୁବିଧା ସୃଷ୍ଟି ହୁଏ ସେ ସମ୍ପର୍କରେ ପଣିକିଆ ଗୀତ ମାଧ୍ୟମରେ ଦୁଇ ଭୋଉଣି ସଚେତନତା ସୃଷ୍ଟି କରିଛନ୍ତି। ଦୁହିଁଙ୍କ ମଧ୍ୟରେ ସାନ ଭୋଉଣି ନୟାଗଡ଼ ନୋଡାଲ ସ୍କୁଲ ରେ ପାଠ ପଡ଼ୁଥିବା ବେଳେ ବଡ଼ ଭୋଉଣି ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ଆଦର୍ଶ ବିଦ୍ୟାଳୟ ରେ ପାଠ ପଡ଼ନ୍ତି। ଦୁହିଁଙ୍କ ସହିତ ନୟାଗଡ଼ ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ମିଶି ନିଶା ସଚେତନତା ଗୀତରେ ଅଭିନୟ କରିଛନ୍ତି। ଏହି ଗୀତ ମାଧ୍ୟମରେ ସୁନ୍ଦର ଭାବେ ଅଭିନୟ କରି ମୁଖ୍ୟମନ୍ତ୍ରୀଙ୍କୁ ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ଦାବି କରିଛନ୍ତି ଦୁଇ ଭୋଉଣି।

LEAVE A REPLY

Please enter your comment!
Please enter your name here