ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିନ ଥିଲା ଭୋକ ଉପାସ ରେ ରହି କଠିନ ପରିଶ୍ରମ କରି ଦୁଇ ଓଳି ଦୁଇ ମୁଠା ପାଇଁ ଦାଦନ ଯିବା କୁ ପଡୁଥିଲା । ଜମି ତ ଥିଲା ହେଲେ ତାହା ଚାଷ ଉପଯୋଗି ଜମି ନଥିଲା । ହେଲେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ର ସହାୟତା ଓ ପ୍ରେରଣା ରେ ୧୨ ଜଣ ଚାଷୀ ସ୍ବାବଲମ୍ବୀ ହେବା ସହ ଗାଁ ର ଅନେକ ପରିବାର କୁ ରୋଜଗାର ଦେବା ରେ ସକ୍ଷମ ହୋଇଛନ୍ତି । ଗାଁ ର ୧୨ ଜଣ ଚାଷୀ ନିଜ ପରିଚୟ ନିଜେ ସୃଷ୍ଟି କରି ଲକ୍ଷପତି ହେବାର ଆସା ବାନ୍ଧିଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ଏରେଡ଼ା ଗାଁ ରେ ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡ଼ା ଗାଁ ର ୧୨ ଜଣ ଚାଷୀ ଏବେ ଜିଲ୍ଲା ରେ ଉଦାହରଣ ସାଯୁଚ୍ଚନ୍ତି । ଦିନ ଥିଲା ଜମି ଥାଇ ଅନ୍ୟତ୍ର ଯାଇ ଦାଦନ ଖଟି ଦୁଇ ଓଳି ଦୁଇ ମୁଠା ପାଇଁ ଯନ୍ତ୍ରଣା ଭୋଗୁଥିଲେ । ହେଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ର ସଂସ୍ପର୍ଶ ରେ ଆସି ବିଭାଗ ର ସଚେତନତା ଓ ପ୍ରେରଣା ରେ ଆମ୍ବ ବଗିଚା ପାଇଁ ସହାୟତା ପାଇଥିଲେ । ପ୍ରଥମେ ଆଠ ହେକ୍ଟର ଜାଗା ରେ ବାଡ଼ ଦେଇ ସମୂହ ଚାଷୀ ୩୨୦୦ ଶହ ଆମ୍ବ ଗଛ ଲଗାଇଛନ୍ତି । ତାର ରକ୍ଷଣାବେକ୍ଷଣା ପାଇଁ ବିଭାଗ ସହାୟତା ରେ ଶ୍ରମିକ ନିୟୋଜିତ ହୋଇ ଦୈନନ୍ଦିନ ଲାଗିଛନ୍ତି । ବର୍ତ୍ତମାନ ଆମ୍ବଗଛ ଗୁଡ଼ିକ ରେ ଆମ୍ବ ବଉଳ ଆସିଥିବା ବେଳେ ଆମ୍ବ ଅମଳ କଲେ ଲକ୍ଷାଧିକ ରୋଜଗାର ହେବ ବୋଲି ଚାଷୀ ମାନେ ଆସା ବାନ୍ଧିଛନ୍ତି ।
ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ତରଫ ରୁ ଚାଷୀ ଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବାଡ ଠାରୁ ଆରମ୍ଭ ଗଛ ର ରକ୍ଷଣାବେକ୍ଷଣା ପାଇଁ ଶ୍ରମିକ ଙ୍କ ପାଉଣା ଠାରୁ ନେଇ ଜୈବିକ ସାର ଯୋଗାଇ ଦେଇ ବିଭାଗୀୟ ଅଧିକାରୀ ମାନେ ତାର ତଦାରଖ ରଖୁଛନ୍ତି । ଆଗାମୀ ଦିନରେ ଆମ୍ବରୁ ବିଶେଷ ଲାଭବାନ ହେବେ ଏ ଆସା ଉଭୟ ବିଭାଗ ଓ ଚାଷୀ ରଖିଥିବା ବେଳେ ବର୍ତ୍ତମାନ ଆମ୍ବ ବଗିଚା ଭିତରେ ରେ ଅନ୍ତଚାଷ ଯେମିତି କି ଆଳୁ, ବାଇଗଣ ପାତଲ ଘଣ୍ଟା ଠାରୁ ନେଇ ଝୁନୁଙ୍ଗା, ତରଭୁଜ, ଲାଉ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଆମ୍ବ ଅମଳ ହେବା ପୂର୍ବ ରୁ ଚାଷୀ ମାନେ ବିଭିନ୍ନ ପ୍ରକାର ପନିପରିବା ବିକ୍ରି କରି ବହୁତ୍ ଲାଭବାନ ହେବା ସହ ସ୍ଥାନୀୟ ଶ୍ରମିକ ମାନଙ୍କୁ ରୋଜଗାର ଦେଇ ପାରିଛନ୍ତି । ପୂର୍ବରୁ ଦାଦନ ମୁହାଁ ହୋଇ କାମ ଅନ୍ୱେଷଣ ରେ ବାହାରେ ଯାଇ କାମ କରୁଥିଲୁ ବର୍ତ୍ତମାନ ଆମ୍ବ ବଗିଚା ରେ କାମ କରି ସରକାରୀ ଟଙ୍କା ସହ ଚାଷୀ ଙ୍କ ଠାରୁ ମଧ୍ୟ ସହାୟତା ପାଇ ଖୁସିଥିବା ସ୍ଥାନୀୟ ଶ୍ରମିକ ମାନେ କହିଛନ୍ତି । ଅପରପକ୍ଷେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇ ତାର କାର୍ଯ୍ୟକାରିତା କରୁଛୁ ଏବଂ ଏଥିରେ ଅନେକ ଚାଷୀ ଉପକୃତ ହେବା ସହ ଶ୍ରମିକ ମାନେ ମଧ୍ୟ କାମ ପାଇ ପାରୁଚ୍ଚନ୍ତି, ଖଡିଆଳ ଅଞ୍ଚଳ ରେ ଅନେକ ଚାଷୀ ଉପକୃତ ହୋଇଥିବା ବେଳେ ଅରେଡ଼ା ଏହାର ଅନ୍ୟ ଉଦାହରଣ । ଏହି ଉଦାହରଣ ରୁ ଲୋକେ ଆହୁରି ସଚେତନ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି ଖଡ଼ିଆଳ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ଅଧିକାରୀ କହିଛନ୍ତି ।
ଖଡିଆଳ ବ୍ଲକ ଅରେଡ଼ା ଗାଁ ରେ ୧୨ ଜଣ ଚାଷୀ ଙ୍କୁ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ତରଫ ରୁ ସହାୟତା ପାଇ ସଂପୃକ୍ତ ଚାଷୀ ଲାଭବାନ ହେବା ସହ ସ୍ଥାନୀୟ ଶ୍ରମିକ ମାନେ ମଧ୍ୟ କର୍ମ ନିଯୁକ୍ତି ପାଇ ପାରିଛନ୍ତି । ଆଗାମୀ ଦିନ ରେ ଚାଷୀ ଲକ୍ଷ ପତି ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବା ସ୍ଵାଭାବିକ ଓ ସରକାର ଙ୍କ ଉଦ୍ଦେଶ୍ୟ ସାଧନ ହେବା ସୁନିଶ୍ଚିତ ।