ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପାରଳାଖେମୁଣ୍ଡି ରେ ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଛି ସ୍ୱାମୀର ହତ୍ୟା । ଜଙ୍ଗମ ସାହିର ଡିଲେଶ୍ଵରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ ବୋହୁ ସାରଦା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ହତ୍ୟା ସମୟରେ ଶାଶୁ ଶଶୁର କୌଣସି କାମରେ ବାହାର ଗାଁକୁ ଚାଲିଯାଇଥିଲେ । ଶନିବାର ସକାଳୁ ଡିଲେଶ୍ଵର ଓ ତାଙ୍କ ପତ୍ନୀ ଗାଁରୁ ଫେରି ଦେଖିବା ବେଳେ ପୁଅ ଘୋଡାଇ ହୋଇ ଶୋଇଥିବା ଦେଖି ପୁଅ ବିଜୟକୁ ଉଠେଇଥିଲେ କିନ୍ତୁ ପୁଅ ଉଠି ନଥିଲା,ଶଶୁର ବୋହୁକୁ ପଚାରାଉଚରା କରିଥିଲେ କିନ୍ତୁ ବୋହୁ କିଛି ସଠିକ କଥା କହିନଥିଲା । ହେଲେ ସାହି ପଡିସା ପରିଜନ ମିଶି ମର ଶରୀରର ଶେଷକୃତ୍ୟ ନିମନ୍ତେ ପ୍ରସ୍ତୁତି କରିବା ସମୟରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ହୋଇଥିବା ଦେଖି ପୋଲିସକୁ ଖବର କରିଥିଲେ। ଏହା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ସମ୍ପର୍କୀୟଙ୍କ କହିବା ହେଲା ସବୁବେଳେ ସ୍ୱାମି ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା, ଶୁକ୍ରବାର ରାତିରେ ମଧ୍ୟ ଝଗଡା ହୋଇଥିଲା, ବୋହୁ ଶାଶୁ ଶ୍ୱଶୁର ଘରେ ଅନୁପସ୍ଥିତିର ସୁଯୋଗ ନେଇ ବିଜୟକୁ ହତ୍ୟା କରିଥିବା ଆଭିଯୋଗ ହୋଇଛି।
ଘଟଣା ସ୍ଥଳରେ ପୋଲିସର ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି,ସ୍ୱାମି ସ୍ତ୍ରୀ’ଙ୍କ ମଧ୍ୟରେ ଶୁକ୍ରବାର ରାତିରେ ଝଗଡା ହୋଇଥିଲା,ଏହାପରେ କୌଣସି ଧାରୁଆ ଅସ୍ତ୍ରରେ ସ୍ତ୍ରୀ’ ସ୍ୱାମୀର ଅଚେତ ଅବସ୍ଥାରେ ଆକ୍ରମଣ କରି ଛାତିରେ କ୍ଷତାକ୍ତ କରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ l ଏହି ଘଟଣାରେ ପତ୍ନୀ ସାରଦାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପରେ ହତ୍ୟାର ଅନେକ ତଥ୍ୟ ମିଳିପାରିବ ବୋଲି ପୋଲିସ ସୂଚନା ଦେଇଛି l