ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗତ ୮ତାରିଖ ଶନିବାର ଦିନ ପାରଳାଖେମୁଣ୍ଡି ନଗରମପଲ୍ଲି ସାହିର ଏକ ଭଡା ଘରେ ସ୍ୱାମୀକୁ ତଣ୍ଟି କାଟି ସ୍ତ୍ରୀ ହତ୍ୟା କରି ଫେରାର ଥିବା ଅଭିଯୁକ୍ତ ସ୍ତ୍ରୀ ହାରି ଏବେ ପୋଲିସ କବଜାରେ, ଉକ୍ତ ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ଅଭିଯୁକ୍ତ କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିଛି । ମୃତ ଜଗଦୀଶ ମେଲେକାଙ୍କ ପତ୍ନୀ ହାରି ରଇତଙ୍କୁ କିଭଳି ହତ୍ୟା କରିଥିଲା ତାହା ପୋଲିସ ଆଗରେ ରୁପାନ୍ତରିତ କରିଥିବା ବେଳେ କେଉଁ କାରଣରୁ ନିଜ ସ୍ୱାମୀକୁ ମାରିଥିଲା ପତ୍ନୀ ହାରି ସେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ହତ୍ୟାରେ ବ୍ୟବହାର କରିଥିବା ଛୁରୀ ଟିକୁ ନାଳରେ ପକାଇ ଦେଇଥିବା ପୋଲିସ ଆଗରେ କହିଛି ସ୍ତ୍ରୀ ହାରି।ତେବେ ପୋଲିସ ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ଅଛି ଓ ଏବେ ପାରିପାର୍ସୀକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଘର ଲୋକଙ୍କ ବୟାନ ଏବଂ ପଡ଼ୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ତେବେ ପୋଲିସର ତଦନ୍ତ ଜାରି ରହିଛି।