ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):– ବ୍ରହ୍ମପୁର ରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ । ମେଡ଼ିସିନ ଦୋକାନ ରୁ ଚୋରୀ କରି ନେଇଗଲେ ଟଙ୍କା ଓ ଲ୍ୟାପଟକ । ବ୍ରହ୍ମପୁର ବିଜିପୁର ଛକ ଠାରେ କୃଷ୍ଣ ଚନ୍ଦ୍ର ମେଡିକାଲ୍ ସପ୍ ରୁ ଗତ କାଲି ରାତି ରୁ ଚୋରି ହୋଇଥିବା ସହ ନଗଦ 50 ହଜାର ଟଙ୍କା, ଦୁଇଟି ଲାପଟପ୍ ଓ କ୍ୟାମେରା ହାର୍ଡ ଡିସ୍କ କୁ ମଧ୍ୟ ଚୋରୀ କରି ନେଇଯାଇଛନ୍ତି ଲୁଟେରା ।ସକାଳୁ ଯେତେବେଳେ ମେଡ଼ିସିନ ଦୋକାନ କର୍ମଚାରୀ ଆସି ଦେଖିଲେ ସେତେବେଳେ ଯାଇ ଟାଉନ୍ ଥାନା ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଟାଉନ୍ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଥିବା ସୂଚନା ମିଳିଛି l