ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ରଜ ସଂକ୍ରାନ୍ତି, ରଜ ଉତ୍ସବ ର ଦ୍ୱିତୀୟ ଦିନ l ତେବେ ରଜ ମଧ୍ୟରେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଲାଗିରହିଛି lଗରମରୁ ମିଳୁନି ନିସ୍ତାର l ମୌସୁମୀର ଲୁଚକାଳି ସହ ଲାଗିରହିଥିବା ଗୁଳୁଗୁଳିରୁ ଏବେ ମିଳିବନି ନିସ୍ତାର। ବିଶେଷ କରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି କଲବଲ କରିପାରେ। ୧୭ ତାରିଖରୁ ଅନ୍ୟ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ। ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି। ୧୭ ଏବଂ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି କିନ୍ତୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ।