ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କି ଗୁପ୍ତ କୋଠରୀ

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ ଅଧିକ କୋଠରୀ କି ଗୁପ୍ତ ସୁଡ଼ଙ୍ଗ। ନିଜେ ଆଇନମନ୍ତ୍ରୀ ଏହି ସୂଚନା ଦେବା ସହ କାର୍ତ୍ତିକ ମାସ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି ହେବ ବୋଲି କହିଛନ୍ତି। ତେଣେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।ତେବେ ଭଣ୍ଡାର ଗୃହରେ ଫାଟ ଥିବା ସ୍ପଷ୍ଟ ହୋଇଛି ଓ କାର୍ତ୍ତିକ ମାସ ଭିଡ଼ ପରେ ଏହାର ମରାମତି ASI ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାୟ ଦେଢ଼ ମାସ ଭିତରେ ମରାମତି ସରିଲେ ନୂଆବର୍ଷରୁ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ୧୯୭୮ ମସିହାର ଅଳଙ୍କାର ତାଲିକାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୃଥ୍ୱୀରାଜ।ମହାପ୍ରଭୁ ଜଗନ୍ନାଥଙ୍କ ଯେଉଁ ଦୁର୍ଲଭ ରତ୍ନଭଣ୍ଡାରକୁ ନେଇ ଅନେକ କାହାଣୀ ଓ ଅନେକ ରହସ୍ୟ। ସେଥିରେ ପୁଣି ଗୁପ୍ତ କୋଠରୀ କି ସୁଡ଼ଙ୍ଗ ନାହିଁ, ଏକଥାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର।ବର୍ଷ ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ରହସ୍ୟମୟ ହୋଇ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାନଯିବା ଓ ଏହାର ଡୁପ୍ଲିପେଟ୍ ଚାବି ମିଳିବାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା। ତେବେ ରାଜ୍ୟରେ ନୂଆ ସରକାର ଆସିବା ପରେ ସ୍ୱତନ୍ତ୍ର SOPରେ ରତ୍ନଭଣ୍ଡାର ଖୋଲାଯିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

LEAVE A REPLY

Please enter your comment!
Please enter your name here