ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜୋର ଧରିଲା ବ୍ଲକ ପୁନର୍ଗଠନ ଦାବି। ଉଭୟ ନୁଆଗଡ ଓ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳର ୧୦ ରୁ ଉର୍ଦ୍ଧ୍ୱ ପଞ୍ଚାୟତ ବାସୀ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ ଓ ନେତୃବୃନ୍ଦଙ୍କ ଏକ ପ୍ରତନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦୁର୍ଗମ ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିଛନ୍ତି, ଏହାର ସମାଧାନ ପାଇଁ ନୁଆଗଡ ବ୍ଲକ ସୁନ୍ଦରଡାଙ୍ଗ ଠାରେ ବ୍ଲକ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଏନେଇ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଥିଲୁ ଆଜି ପୁଣିଥରେ ସାକ୍ଷାତ କରି ଅନୁରୋଧ କରିଥିବା କହିଛନ୍ତି | ମୋହନା ବ୍ଲକର କେଶରୀଗୁଡା, ଚୁଡଙ୍ଗପୁର, ଯୁବ, ଗୁଲୁବା ସହ ନୁଆଗଡ ବ୍ଲକର ସୁନ୍ଦରଡାଙ୍ଗ, ଅନୁଗୁର, ସମ୍ବଲପୁର, କିରାମା, ଉଦୟପୁର ଓ ପରିମଳ ପଞ୍ଚାୟତକୁ ନେଇ ବ୍ଲକ ଗଠନ ପାଇଁ ଦାବି ରଖିଛନ୍ତି ସରପଞ୍ଚ ପ୍ରେମ ରଇତ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜେମ୍ସ ରାଇକା ଓ ଅନ୍ୟ ପ୍ରତିନିଧି ବୃନ୍ଦ |
ଏହି ସବୁ ଅଞ୍ଚଳରେ ଏଯାଏଁ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ମୋବାଇଲ ନେଟୱର୍କ, ଗମନାଗମନର ସୁବିଧା ନଥିବା ବେଳେ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ପଡ଼ିରହିଛି ଏହି ଅଞ୍ଚଳ। ଉଭୟ ବ୍ଲକ ସଦରମହକୁମା ଠାରୁ ଏହି ସବୁ ପଞ୍ଚାୟତ ଦୂରତା ବେଶି । ଫଳରେ ବ୍ଲକ କାର୍ଯ୍ୟାଳୟକୁ ଯିବା କଷ୍ଟକର ହୋଇଥାଏ । ଏସବୁ ଦୃଷ୍ଟିକୋଣରୁ ଏବଂ ଭୌଗଳିକ ଅବସ୍ଥିତିକୁ ଅନୁଧ୍ୟାନ କଲେ ଏହି ଅଞ୍ଚଳକୁ ନେଇ ବ୍ଲକ ଗଠନ ଅତ୍ୟାବଶ୍ୟକ ବୋଲି ଦାବୀ ଉପସ୍ଥାପନ କରିଛନ୍ତି ଅଞ୍ଚଳବାସୀ ଓ ଜନ ପ୍ରତିନିଧି ।
ସେପଟେ ସମାନ ଭାବରେ କିଛି ଦିନ ପୂର୍ବେ ଉଦୟଗିରୀ ବ୍ଲକର ମଙ୍ଗରାଜପୁର , ସୁବଲଡା, ରାମଗିରି , ଅନଘା , ତାବରସିଂ , ରଣ୍ଡୀବା , ପରିସଲ, ପୁରୀଣପାଣି , ସିଆଲିଲଟି ୯ ଟି ପଞ୍ଚାଯତ ଓ ନୂଆଗଡ ବ୍ଲକର ବେତାରସିଂ, ଟାଙ୍ଗିଲି ଦୁଇଟି ପଞ୍ଚାଯତ କୁ ନେଇ “ରାମଗିରି” ନୂତନ ବ୍ଲକ ଗଠନ ପାଇଁ ଦାବି ରଖିଥିଲେ ଉକ୍ତ ଅଞ୍ଚଳବାସୀ | ପରିସଲ ସରପଞ୍ଚ କୁମାରୀ କାର୍ଜୀ ଓ ରାମଗିରି ସରପଞ୍ଚ ସସ୍ମିତା କାର୍ଜୀଙ୍କ ଙ୍କ କହିବା ହେଲା ଦୁର୍ଗମ ଅଞ୍ଚଳରେ ପଞ୍ଚାଯତ ବା ନିଜ ଗ୍ରାମ ଠାରୁ ବ୍ଲକ କାର୍ଯ୍ୟାଳୟ ବହୁଦୂର ଫଳରେ , ସରକାରୀ ଯୋଜନା ର ସୁବିଧା ପାଇବା ପାଇଁ କଷ୍ଟ ସାଧ୍ୟ ହେଉଛି , ତେଣୁ ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀ ଏହି ଦାବି କରି ଆସୁଛନ୍ତି | ସୂଚନା ଯୋଗ୍ୟ ଯେ ଦୀର୍ଘ ଦିନ ହେଲା ନିଜ ନିଜ ବ୍ଲକ ମୋହନା ଓ ଉଦୟଗିରିକୁ ମଧ୍ୟ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା | ତେବେ ବ୍ଲକ ପୁନର୍ଗଠନ ନେଇ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ ଯଦି ଆସେ ତାହାଲେ ବିଚାରକୁ ନିଆଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ।