ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୮ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି l

ସୂଚନା ପ୍ରକାରେ,ଓଡ଼ିଶାରେ ଗତ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ l ଗତ ୫ ବର୍ଷରେ ମୟୂରଭଞ୍ଜରେ ସର୍ବାଧିକ ୧୩୪ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି l ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝରରେ ଶତାଧିକ ଲୋକଙ୍କ ଜୀବନ ନେଇଛି ବଜ୍ରାଘାତ l ସହର ଅପେକ୍ଷା ସହର ଉପକଣ୍ଠରେ ଅଧିକ ବଜ୍ରପାତ ହେଉଛି l ଖରାଦିନେ ଅପରାହ୍ନ ଓ ସନ୍ଧ୍ୟାରେ ଅଧିକ ମାତ୍ରାରେ ବଜ୍ରପାତ ହେଉଥିବା ସୂଚନା ରହିଛି l

LEAVE A REPLY

Please enter your comment!
Please enter your name here