ରଥଯାତ୍ରାରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ
ପୁରୀ ( ବିପ୍ଲବୀ ପରିକ୍ରମା ):- ରଥଯାତ୍ରାରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷ ଲକ୍ଷ ଲୋକ କାଳିଆକୁ ଦର୍ଶନ କରୁଛନ୍ତି । ଗତକାଲି ପୁରୀକୁ ଆସିଥିଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ । ଆଜି ରଥଯାତ୍ରୀର ଦ୍ବିତୀୟ ଦିନରେ ମଧ୍ୟ ସକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ପୁରୀକୁ । ଧୀରେ ଧୀରେ ଭକ୍ତଙ୍କ ସଂଖ୍ୟା ବଢୁଛି । ସକାଳୁ ରଥ ଟଣା ଆରମ୍ଭ ହୋଇଥିବା ବେଲେ ଶରଧାବାଲିରେ ପହଞ୍ଚିବ ତିନି ରଥ । ବଳଭଦ୍ରଙ୍କ ତାଳଧ୍ବଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ପରେ ଗଡିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । କାଳିଆର ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳି । ଘର ଘର ନାଦରେ କମ୍ପୁଛି ଶଙ୍ଖକ୍ଷେତ୍ର । ଜୟଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ଘଣ୍ଟଘଣ୍ଟା ଶଙ୍ଖନାଦ, ମୃତଦଙ୍ଗ, କାହାଳି ବାଜାରେ ଫାଟିପଡୁଛି ଚତୁର୍ଦ୍ଦିଗ । ଶ୍ରୀକ୍ଷେତ୍ର ହୋଇଛି ଜନସମୁଦ୍ର ।