ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ରେ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ପାଇଁ ଛାତ୍ର ଛାତ୍ରୀ ଆବାସ କରିଛନ୍ତି,ସେଠି ରହି ପିଲେ ଗୁଣାତ୍ମକ ଶିକ୍ଷା ପାଇବେ l ହେଲେ ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ମନମାନି ପାଇଁ ଛାତ୍ର ଛାତ୍ରୀ ମାନେ ପାଣି ପାଇଁ କିଏ ନାଳ କୁ ଯାଉଛନ୍ତି ତ କିଏ ଅସନା ପାଣି ଗାଧେଇ କିମ୍ବା ପିଇ ରୋଗ ରେ ଆକ୍ରାନ୍ତ ହେଉଛନ୍ତୁ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକ ଧାଡିଆମ୍ବ ପ୍ରାଥମିକ ବିଦ୍ୟାଳୟ ରେ l ପିଲା ମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟ କିମ୍ବା ହଷ୍ଟେଲ ରେ ପାଣି ନଥିବାରୁ ବିଦ୍ୟାଳୟ ବାହାରେ ରାସ୍ତା କଡେ ଥିବା ନଳକୂପ କୁ ଆସି ଖାଇବା ଥାଳି ଧୋଇବା ସହ ସେହି ପାଣି ପିଇବା ପାଇଁ ନେଉଛନ୍ତି l
ତେବେ ଉକ୍ତ ସ୍ଥାନରେ କେହି ବିଦ୍ୟାଳୟର ଶିକ୍ଷକ କିମ୍ବା କୋଣସି କର୍ମଚାରୀ ଉପସ୍ଥିତ ନଥିଲେ l ତେବେ ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ଉକ୍ତ ସ୍ଥାନ ଦେଇ ଯାଉଥିବା ଭାରି ଯାନବାହାନ ଦ୍ୱାରା ଦୁର୍ଘଟଣା ର ଶିକାର ହୁଏ, ତାହେଲେ କିଏ ଦାୟୀ ରହିବେ… ତେବେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ କ’ଣ ପଦେକ୍ଷପ ନେଉଛନ୍ତି,ତାକୁ ରହିଲା ସମସ୍ତଙ୍କ ଅପେକ୍ଷା….