ବର୍ଷା ନାହିଁ, ପୋଡ଼ିଗଲା ଧାନ ଫସଲ, କ୍ଷେତରେ ଗୋରୁ ଚରାଇଲେ ଚାଷୀ 

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ବର୍ଷା ଅଭାବରୁ ପୋଡିଗଲା ଧାନ ଫସଲ l ଫଳରେ ଧାନ କ୍ଷେତରେ ଗୋରୁ ଚରାଇଲେ ଚାଷୀ l ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କୁମ୍ଭୀମେରା ଗାଁରେ l ଗାଁର ପ୍ରାୟ ସମସ୍ତ ପରିବାର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧାନ ଚାଷ କରିଥିଲେ l ହେଲେ ବର୍ଷା ଅଭାବ ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଗତ କିଛି ଦିନ ହେଲା ଧାନ କ୍ଷେତରେ ଗୋରୁ ଚରାଉ ଥିବା କହିଛନ୍ତି ଗ୍ରାମବାସୀ l ପ୍ରତିବର୍ଷ ଧାନ ଫସଲ କରି ପରିବାର ଚଳାଉଥିଲେ ଲୋକେ l ଚଳିତ ବର୍ଷ ଧାନ ଫସଲ ନଷ୍ଟ ଯୋଗୁଁ ଚିନ୍ତାରେ ପଡି ଯାଇଛନ୍ତି କୁମ୍ଭୀମେରା ଗାଁର ଚାଷୀ l ତେଣୁ ସରକାରଙ୍କୁ କିଛି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି l ନହେଲେ କୁଲି ମଜୁରୀ କରି ଚଳିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଚାଷୀ l

LEAVE A REPLY

Please enter your comment!
Please enter your name here