ସମାଜରେ ପୁସ୍ତକର ବିକଳ୍ପ ନାହିଁ : ବିଶ୍ୱବିଦ୍ୟାଳୟ କୁଳପତି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ମହାନଗର ପୁସ୍ତକ ମେଳାର ସପ୍ତମ ଦିବସ ସମ୍ପୁର୍ଣ୍ଣ ହୋଇଛି। କବି ପ୍ରଫୁଲ୍ଲ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଯୋଗ ଦେଇ ପୁସ୍ତକର ବିକଳ୍ପ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ସପ୍ତମ ଦିନରେ ପହଂଚି ଯାଇଛି । ଲୋକ ଭିଡ଼ ସହ ପୁସ୍ତକ ପ୍ରେମୀଙ୍କ ଭିଡ଼ ମେଳାରେ ଦେଖିବାକୁ ମିଳୁଛି । ଆଜି ତଥା ସପ୍ତମ ଦିନରେ ପୁସ୍ତକ ମେଳାର ବହୁ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ତଥା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ରଖି ପୁସ୍ତକ ହିଁ ଆମ ପରିଚୟ ଓ ପୁସ୍ତକର ବିକଳ୍ପ ନାହିଁ ବୋଲି କହିଥିଲେ ।ବିଶିଷ୍ଟ ଅତିଥି ଶିକ୍ଷାବିତ ଶିକ୍ଷା ଗୋଷ୍ଟି ଅଧିକାରୀ ଏସ ଗିରିଧର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ଦାଶ ଯୋଗ ଦେଇ ପୁସ୍ତକ ମେଳା ହିଁ ମଣିଷକୁ ଶୃଙ୍ଖଳିତ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ ।ସମ୍ମାନିତ ଅତିଥି ଭାବେ ଦୀପ୍ତିମିତା ମହାପାତ୍ର ମଞ୍ଚାସିନ ଥିଲେ । ବିଶିଷ୍ଟ ନାଟ୍ୟକାର ଓ ଅଭିନେତା ଗିରିଜା ଶଙ୍କର ଦାଶଙ୍କୁ ପୁସ୍ତକ ମେଳା ନାଟ୍ୟ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା ।କବି ପ୍ରଫୁଲ୍ଲ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅନିଲ କୁମାର ପାତ୍ର ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,,ସୁଧାଞ୍ଜଳି ମିଶ୍ର, ସୁଶାନ୍ତ ଦାଶ ,ସତ୍ୟମ ଆଚାରୀ ,ଅଜିତ କୁମାର ସାବତ ମହାପାତ୍ର , ପ୍ରମୁଖ ପରିଚାଳନା କରିଥିଲେ । ସଭାପତି କବି ସୁଧଞଳି ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

LEAVE A REPLY

Please enter your comment!
Please enter your name here