ଗଜପତି ( ବିପ୍ଲବୀ ପରିକ୍ରମା ):ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଉପାନ୍ତ ଅଞ୍ଚଳ ଅଟେ। ଏଠାକାର ମୁଖ୍ୟତଃ ଜୀବନ ଜୀବିକା ହେଲା କୃଷି।ପ୍ରାୟତଃ ଜିଲ୍ଲାର ୭ ଟି ବ୍ଳକ ରୁ ତିନୋଟି ବ୍ଳକରେ ଧାନ ଚାଷ ହୋଇଥାଏ। ବର୍ତ୍ତମାନ ବର୍ଷା ଋତୁ ହୋଇ ଥିବାରୁ ଚାଷୀ ଚାଷ କରିବା ପାଇଁ ବିଲକୁ ଯାଆନ୍ତି ।ଚାଷୀ ବର୍ଷା, ଘଡଘଡି ବିଜୁଳି ଦାଉରୁ ରକ୍ଷା ପାଇବା ପାଇଁ ତଲାରୀର ଆବଶ୍ୟକ ରହିଥାଏ।
ଚାଷୀ ହେଉ କିବା ଶ୍ରମିକ ଖରା ବର୍ଷାରୁ ରକ୍ଷ। ପାଇବା ସକାଶେ ଖୋଜା ପଡ଼େ ତଲାରି…ତାଳ ପତ୍ରରେ ନିର୍ମିତ ଏହି ତଲ।ରି ର ଏବେବି ଚାହିଦ। ରହିଛି। ଚାଷୀ ଟିଏ ହଳିଆ ଗୀତ ଗାଈ ଝିପି ଝିପି ବର୍ଷା ରେ ତଲ।ରି ପିନ୍ଧି ନିଜ ଚାଷ ଜମିରେ ଚାଷ କରିଥାଏ ସେହି ପରି ଶ୍ରମିକ ଟି ଜମିରେ ତଳି ଭାଙ୍ଗିବା ଓ ତଳି ସଜାଡ଼ିବା ସକାଶେ ତଲାରି ପିନ୍ଧି ଆନନ୍ଦ ମନରେ କାମ କରିଥାଏ।ଧାନ ରୋଇବା ବେଳେ ମା ମାନେ ତଲ।ରି ପିନ୍ଧି ଗୀତ ଗାଇ ଧାନ ରୋଇ ଥାଆନ୍ତି। ଏବେବି ତାଳ ପତ୍ରରେ ନିର୍ମିତ ତଲାରି ଚାହିଦା ରହିଛି। ଏବେ ବି ତାଲାରୀ ର ସ୍ଥାନ କିଏ ନେଇପାରିବେନାହିଁ। ବର୍ତ୍ତମାନ ଆନ୍ଧ୍ର ରୁ ତଲ।ରି ଆଣି ବିକ୍ରୀ ହେଉ ଥିବାର ଦେଖିବାକୁ ମିଳିଛି।