ଯାତ୍ରାରେ ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଯାତ୍ରାରେ ଦିନକୁ ଦିନ ଅଶ୍ଲିଳତା ବଢି ବଢି ଚାଲିଛି । ଆଇଟମ୍ ଡାନ୍ସ ନାଁରେ ଅଶ୍ଲିଳ ନାଚ ହେଉଛି । ଯାହାର ପ୍ରଭାବ ଯୁବପୀଢିଙ୍କ ଉପରେ ପଡୁଛି । ଦିନ ଥିଲା ଯାତ୍ରା ଏକ ମନୋରଞ୍ଜନର ମାଧ୍ୟମ ଥିଲା । ଲୋକେ ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିଲେ କିନ୍ତୁ ଏବେ ପରିବାର ସହ ଯାତ୍ରା ଦେଖିବାକୁ ଗଲେ ଲାଜ ଲାଗୁଛି । ଏକଥା ଆମେ କହୁନୁ, ଏକଥା ସାଧାରଣ ଜନାତା କହୁଛନ୍ତି । ଚଳିତ ଥର ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି । ଖଣ୍ଡଗିରି ଯାତ୍ରାରେ ଯିଏ ଅଶ୍ଲିଳ ନାଚ ନାଚିବ ତା ଉପରେ ମାଡ ବସିବ । ପୂରା ସିରିୟସ୍ ମାଡ ହେବ । ଏପରି ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ।

 

ତେବେ ଯଦି ଦେଖିବା,ଯେତେବେଳେ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟମ୍ ଗର୍ଲ ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ସଂଗୀତ ସହ ନୃତ୍ୟର କୌଣସି ତାଳ ମେଳ ରହୁନଥାଏ ତଥାପି ନୃତ୍ୟ ଦେଖିବା ପାଇଁ ଯାତ୍ରାରେ ଭିଡ ଜମିଥାଏ । କେବଳ ଏତିକି ନୁହେଁ ଯାତ୍ରାରେ ଏହି ନୃତ୍ୟ ଦେଖି ଲୋକେ ଟଙ୍କା ମଧ୍ୟ ଉଡାଉଥାନ୍ତି । ତେବେ କେବଳ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟମ ଗର୍ଲଙ୍କୁ ଦୋଷ ଦେଲେ ହେବନି ଲୋକେ ମଧ୍ୟ ସଚେତନ ହେବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି l

LEAVE A REPLY

Please enter your comment!
Please enter your name here