ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଏବର୍ଷ ନୁହେଁ । ଆର ବର୍ଷ ହେବ କଲେଜ ଇଲେକ୍ସନ । ଯାଜପୁର ଜିଲ୍ଲା ବଡ଼ଚଣା ନୂଆହାଟ କଲେଜକୁ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିଥିବାବେଳେ ଏକଥା ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି ମଧ୍ୟ କହିଛନ୍ତି ଯେ- ଛାତ୍ର ସଂସଦ ନିର୍ବାଚନ ସାଧାରଣତଃ ସେପଟେମ୍ବର ମାସର ପ୍ରଥମ ସପ୍ତାହରେ ହୋଇଥାଏ। ହେଲେ ରାଜ୍ୟରେ ନୂଆ ସରକାର ଆସିଲା ପରେ ଏଥର କଲେଜ ଇଲେକ୍ସନ କରିବାକୁ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।ତେବେ ଏବର୍ଷକୁ ମିଶାଇ କ୍ରମାଗତ ଷଷ୍ଠ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କଲେଜ ଇଲେକ୍ସନ ସ୍ଥଗିତ ରହିଛି। ସେପଟେ କଲେଜ ନିର୍ବାଚନ ବନ୍ଦ ଘୋଷଣା ଉପରେ ବିଜେଡି ଆକ୍ଷେପ କରି କହିଛି- ହାରିବା ସୁନିଶ୍ଚିତ ଜାଣି ଛାତ୍ର ସଂସଦର ନିର୍ବାଚନରୁ ପଛଘୁଞ୍ଚା ଦେଇଛି ବିଜେପି। ସେହିପରି କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ନିଶାନା କରିଛି।