ଝାଡ଼ଖଣ୍ଡ ମନ୍ଦିରରେ ପଶି ସ୍ଥାପିତ ଶିବଲିଙ୍ଗକୁ ଭାଙ୍ଗିଲେ ଦୁର୍ବୃତ୍ତ ,ପ୍ରତିବାଦରେ ଓଡ଼ିଶା ରାସ୍ତା ଅବରୋଧ

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟରେ ଥିବା ଝାଡ଼ଖଣ୍ଡ ରାଜ୍ୟର ଜୟନ୍ତୀଗଡ଼ କଙ୍ଗିରା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପଶି ସ୍ଥାପିତ ଶିବଲିଙ୍ଗ ଭାଙ୍ଗି ଦେଇଥିଲେ। ଏନେଇ ଶୁକ୍ରବାର ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଏହି ଅଧର୍ମୀ ଅପରାଧୀଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ରଖିଥିଲେ। ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଥିଲା। ତେବେ ମନ୍ଦିର ଟି କେନ୍ଦୁଝର ଜିଲ୍ଲା ,ମୟୁରଭଞ୍ଜ ଜିଲ୍ଲା ଏବଂ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଅଞ୍ଚଳରେ ଅବସ୍ଥିତ ଥିବାରୁ ଓଡିଶା ସମେତ ଝାଡ଼ଖଣ୍ଡର ଲୋକେ ଏଠାରେ ପୂଜା କରିବାକୁ ଆସିଥାନ୍ତି ।

ମନ୍ଦିରରରେ ସ୍ଥାପିତ ଶିବ ଲିଙ୍ଗ ଦୁର୍ବୃତ୍ତ ମାନେ ଭାଙ୍ଗିଥିବା ପ୍ରତିବାଦ ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି । ଚମ୍ପୁଆ ଏବଂ ରରୁଆଁ ମୁଖ୍ୟ ରାସ୍ତା ଫଗୁ ନିକଟରେ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ। ଯାହା ଫଳ ରେ ଉଭୟ ପାଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା । ରାସ୍ତା ଅବରୋଧ ହୋଇଥିବା ଘାଘରବେଡା ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ରାସ୍ତାର ଯିବା ଆସିବା ସ୍ଵାଭାବିକ୍ ହୋଇଥିଲା ।

LEAVE A REPLY

Please enter your comment!
Please enter your name here