ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ପରେ ଆଜି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ବୁଥ ଗୁଡିକରେ ଆରମ୍ଭ ହୋଇଯିବ ମତଦାନ । 6 ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ମୋଟ 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 64 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 383 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 94,48,883 ଭୋଟର୍ ।10,881 ବୁଥ୍ରେ ମତଦାନ । ସେଥି ମଧ୍ୟରୁ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । 70 ହଜାର ପୋଲିଂ କର୍ମଚାରୀ, 121 CAPF ନିୟୋଜିତ । 42 ବିଧାନସଭା ଆସନରେ 383 ପ୍ରାର୍ଥୀ ରହିଥିବା ବେଳେ 6 ଲୋକସଭା ଆସନରେ 64 ପ୍ରାର୍ଥୀ ରହିଛନ୍ତି ।
ଓଡିଶାର 6 ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 64 ରହିଛନ୍ତି । ସେଥି ମଧ୍ୟରୁ 55ଜଣ ପୁରୁଷ ଓ 9 ଜଣ ମହିଳା ରହିଛନ୍ତି ।ଆଉ କିଛି ସମୟ ପରେ 42 ବିଧାନସଭା ଆସନରେ ଭୋଟିଂ ଆରମ୍ଭ ହୋଇଯିବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 383 ରହିଛନ୍ତି । ସେଥି ମଧ୍ୟରୁ 339 ଜଣ ପୁରୁଷ ପ୍ରାର୍ଥୀ ରହିଥିବା ବେଳେ 44ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।ଆଜି ରାଜ୍ୟର 6 ଲୋକସଭା ଆସନ ଓ 42ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନରେ ପଡିବ ଭୋଟ ।