କାଳବୈଶାଖୀ ର ତାଣ୍ଡବ,ଉଜୁଡି ଯାଇଛି ହଜାର ହଜାର ଘର ଦ୍ବାର 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ତାଣ୍ଡବ ରଚିଲା ପ୍ରକୃତି । ଗୋଟିଏ ପେଟ ଲୋକ ମାନେ ଗଛ କାଟି ଜଙ୍ଗଲ ସଫା କରୁଛନ୍ତି । ଯାହା ପ୍ରକୃତି ଉପରେ ପ୍ରଭାବ ପଡୁଛି । ହୁଏତ ଆଖିରେ ନଦେଖୁଲେ କେହି ବିଶ୍ବାସ କରିବେନି ମାତ୍ର ଯେତେବେଳେ ପ୍ରକୃତି ତାହାର ତାଣ୍ଡବ ରଚେ, କାହାକୁ ଛାଡ଼ିନଥାଏ। ଆମେ କହୁଛୁ ଗତ କାଲି ପ୍ରକୃତି ତାହାର ତାଣ୍ଡବ ରଚିଥିବା କଥା। ତୁହାତୁହା ବର୍ଷା ସାଙ୍ଗକୁ ବଡ଼ବଡ଼ କୁଆ ପଥର ମାଡ଼। ଯାହା ଫଳରେ ଛାରଖାର ହୋଇଯାଇଛି କିଛି ଗ୍ରାମ । ହଁ ଦର୍ଶକ ବନ୍ଧୁ ଭୟଙ୍କର କାଳବୈଶାଖୀ ର ତାଣ୍ଡବ ରଚି ଥିଲା ବାଙ୍ଗିରିପୋଷି ଏବଂ ବିଶୋଇ ଅଞ୍ଚଳରେ । ଗୁରୁବାର ସଂଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ଓ ଜୁଡିଆ ପଞ୍ଚାୟତର କେତେକ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଯିବଜନ୍ତୁ ସହିତ ଘରଦ୍ବାର ସମ୍ପୁର୍ଣ୍ଣ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ପାଖାପାଖି ସାତଘଟିକା ସମୟରେ ଏହି କୁଆପଥର ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି।

ଏହି କୁଆପଥର ମାଡ଼ରେ କାଦପାଣି,ପୁଣ୍ଡିଦା,ମୁସାମାରି, ଖଡମବେଡା,ଦୁଧକୁଣ୍ଡି, ରଜାବସା ବାଲିଚୁଆ ସହିତ ଅନେକ ଗ୍ରାମର ଆଜବେଷ୍ଟସ ଓ ଖପର ଟାଲି ଘର ଗୁଡ଼ିକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରି କୁଆପଥର ମାଡ଼ ହୋଇଛି ଘର ମାନଙ୍କରେ କେବଳ କାନ୍ଥ ରହିଥିବା ବେଳେ ଘରର ଛପର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହା ଫଳରେ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଛେଳି କୁକୁଡ଼ା ନଷ୍ଟ ହୋଇଯାଇଛି। ଏହି କୁଆପଥର ମାଡ଼ରେ ଖଡମବେଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତର ହୋଇଛନ୍ତି।ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ଅନ୍ୟ ପେଟ ଏହି କୁଆ ପଥର ମାଡ଼ ରେ ଅନେକ ଆହତ ହେଇଥିବା ଦେଖିବାକୁ ମିଳିଛି। ଏହି କୁଆପଥର ବର୍ଷାର କ୍ଷୟକ୍ଷତିର ଭରଣା ପାଇଁ ଆଜି ସକାଳୁ ଖଡମବେଡା ଛକରେ ୪୯ନମ୍ବର ଜାତୀୟ ରାଜପଥକୁ ଅଞ୍ଚଳବାସୀ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଦିର୍ଘ ସାତ ଘଣ୍ଟା ହେବ ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଯାହା ଫଳରେ ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଥିଲା।

ଘଟଣା ସ୍ଥଳରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସହିତ ଉପଖଣ୍ଡ ପୋଲିସ୍ ଅଧିକାରୀ, ବିଶୋଇ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାଇବା କରିବା ସହିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ଏବଂ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା। ପ୍ରଶାସନ ଓ ସମାଜସେବୀ ଗୋଷ୍ଠୀଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସୁଖିଲା ଖାଦ୍ୟ ଦେବା ସହିତ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here