ଠାକୁରମୁଣ୍ଡା ଠାରେ ଭି.କେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ହଜାର ହଜାର ସମର୍ଥକ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଭି.କେ ପାଣ୍ଡିଆନ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି |ତେବେ ଆଜି ପ୍ରାୟ ୧ଘଟିକା ୧୫ମିନିଟ ସମୟରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡା ବ୍ଲକ ପଣସାଡିହା ପଡିଆ ଠାରେ ଏଲିଫେଟ ଯୋଗେ ଆସି ଏକ ନିର୍ବାଚନ ସଭାରେ ଯୋଗ ଦେଇ କେନ୍ଧୁଝର ଲୋକସଭା ଧନୁର୍ଜୟ ସିଧୁ ଏବଂ କରଞ୍ଜିଆ ବିଧାନସଭା ପ୍ରାର୍ଥୀନୀ ବାସନ୍ତୀ ହେମ୍ବ୍ରମ ଙ୍କ ପାଇ ନିର୍ବାଚନ ପ୍ରଚାର କାରିଥିଲେ | ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ତଥା କରଞ୍ଜିଆ ସହରରେ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ବିକାସ କାର୍ଯ୍ୟ ଓ ଆଗକୁ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ବାବଦକୁ ଲୋକଙ୍କୁ ଅବଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁନଃ ଆସ୍ଥାପ୍ରକଟ କରିବାକୁ ନିବେଦନ କରି ଭୋଟ ଭିକ୍ଷା କାରିଥିଲେ | ତାସହିତ ଆଗାମୀ ନୀର୍ବାଚନ ପାଇଁ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିବା ସହିତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ରାଜ୍ୟ ସରକାରଙ୍କ ଜନ‌ହିତକର ଯୋଜନା ପାଇଁ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ଏବଂ ଭୋଟର ମାନଙ୍କୁ ଅନୁରୋଧ କାରିଥିଲେ | ଏହି ନିର୍ବାଚନୀ ସଭାରେ କେନ୍ଧୁଝର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଧୁ, କରଞ୍ଜିଆ ବିଧାନସଭା ପ୍ରାର୍ଥୀନୀ ବାସନ୍ତୀ ହେମ୍ବ୍ରମ, କରଞ୍ଜିଆ ମୁନିସିପାଲିଟି ଅଧ୍ୟକ୍ଷା ପପି ପୃଷ୍ଟି, ବିଜୁସେତୁ ଉପଦେଷ୍ଟା ଦିଲ୍ଲୀପ ସାହୁ, ବରିଷ୍ଠ ବିଜେଡି ନେତା ଗିରିଧାରୀ ପୃଷ୍ଟି,ଜିଲ୍ଲା ଉପସଭାପତି ସିପୁ ନାୟକ ଯୁବନେତା ରୋହିତ ପୃଷ୍ଟିଙ୍କ ଏବଂ କରଞ୍ଜିଆ ବ୍ଲକର ଆଗ ଧାଡ଼ିର ନେତା ଙ୍କସହିତ ଶତାଧ‌ିକ ପୁରୁଷ,ମହିଳା,ଯୁବକ,ଯୁବତୀ କର୍ମୀ ଉପସ୍ଥିତ ରହି ଭି.କେ ପାଣ୍ଡିଆନଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ।

 

 

LEAVE A REPLY

Please enter your comment!
Please enter your name here