ବେଆଇନ୍ ବନ୍ଧୁକ ରଖିଥିବା ଅଭିଯୋଗରେ ୩ ଗିରଫ

0

ରାଧାସ୍ୱାମୀ ରାଜୁ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବେଆଇନ୍ ବନ୍ଧୁକ ରଖିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ୪ ଟି ଜୀବନ୍ତ ଗୁଳି ଜବତ ହୋଇଛି । ପ୍ରଥମେ, ବାଇପାସ୍ ଛକ ନିକଟରୁ ଜଣେ ଯୁବକକୁ ସନ୍ଦେହରେ ଅଟକ ରଖି ପଚରା ଉଚୁରା ପରେ, ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଅଟକ ଯୁବକର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପୁଣି ଆଉଏକ ଦେଶୀ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା । ସମସ୍ତ ଅଭିଯୁକ୍ତ ଭଂଜନଗର ଅଞ୍ଚଳର ହୋଇଥିବା ବେଳେ, ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତୋଫାନ ଭୂୟାଁ ନାମରେ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରହିଛି ।

 

LEAVE A REPLY

Please enter your comment!
Please enter your name here