ଦୁଇ ମହିଳା ଙ୍କ ସହ ତିନି ଗିରଫ, ୩୦ କେଜି ଗଞ୍ଜେଇ, କଫ ସିରଫ୍, ନିଶା ଔଷଧ ଜବତ 

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସ କୁ ମିଳିଛି ଏକ ସଫଳତା । ୩୦ କେଜି ଗଞ୍ଜେଇ , କଫ ସିରଫ ବିଭିନ୍ନ ପ୍ରକାର ନିଶା ବାଟିକା କୁ ଜବତ କରିଥିବା ବେଳେ ଦୁଇ ଜଣ ମହିଳା ଙ୍କ ସହ ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆ ରେ ସୂଚନା ଦେଇଛନ୍ତି ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଳା ରେଡ୍ଡୀ । ସୂଚନା ଅନୁସାରେ ବିଶେଷ ସୂତ୍ର ରୁ ଖବର ପାଇ ଜୋଙ୍କ ଥାନା IIC ପ୍ରଦୀପ ଧରୂଆ ଙ୍କ ନେତୃତ୍ଵ ରେ ଏକ ଟିମ୍ ଖରୀଆର ରୋଡ ସ୍ଥିତ ୱାର୍ଡ ନମ୍ବର ୧୩ ଧୋବି ପଡ଼ା ରେ ଚଢାଉ କରିଥିଲେ ।

ଚଢ଼ାଉ ସମୟରେ ୯ଟି ପ୍ୟାକେଟ ରେ ୩୦ କେଜି ଗଞ୍ଜେଇ,୮୫ ହଜାର ନଗଦ ଟଙ୍କା, ଗୋଟିଏ ଧଳା ରଙ୍ଗ କାର, ୭୩ ଗୋଟି ଅଧା ପୋଡିଯାଇଥିବା କଫ ସିରଫ, ବହୁ ପରିମାଣ ରେ ନିଶା ବଟିକା, ଇଞ୍ଜେକସନ ସିରିଞ୍ଜ, ଆଇ ଫୋନ ଇତ୍ୟାଦି ଜବତ୍ କରିଥିଲେ । ଏହି ମାମଲା ରେ ଦୁଇ ମହିଳା ଗୁଞ୍ଜା ଅଗ୍ରୱାଲା , ପାୟଲ ଅଗ୍ରୱାଲା ଓ ସଚିନ ଅଗ୍ରୱାଲ ନାମକ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ସୂଚନା ଦେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here