ଯୋଡା ଦଲପାହାଡ ଠାରେ ମାଙ୍ଗାନିଜ ଚୋରା ଚାଲାଣ ବେଳେ ଖଣି ଅତଡା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ, ୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

0

ଯୋଡ଼ା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲପାହାଡ ଠାରେ ଥିବା ଏକ ପରିତ୍ୟକ୍ତ ଖଣିରେ ମଙ୍ଗଳବାର ରାତି ଖଣି ଅତଡା ଖସିବା ଫଳରେ ୩ ଜଣ ଲୋକ ସେଥିରେ ଚାପି ହୋଇ ଯାଇଥିଲେ। ସୂଚନା ପାଇ ଯୋଡା ଓ ବାମେବାରୀ ପୋଲିସ ସହ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୬ ଘଣ୍ଟା ପରେ ଖଣି ଅତଡା ମଧ୍ୟରୁ ୩ଟି ମୃତଦେହ ଉଦ୍ଧାର କରା ଯାଇଥିବା ଜଣା ପଡିଛି। ମୃତକ ମାନେ ବିଛାକୁଣ୍ଡି ଗ୍ରାମର ସନ୍ଦୀପ ପୂର୍ତ୍ତି, କାଣ୍ଡେ ମୁଣ୍ଡା ଓ ଗୁରୁ ଚାମ୍ପିଆ ବୋଲି ଚିହ୍ନଟ ହୋଇଛନ୍ତି। ମାଙ୍ଗାନିଜ ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here