ଭଞ୍ଜନଗରରେ ପୁଣି ବାଘ ଆତଙ୍କ
ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ପୁଣି ବୁଲିଲା, ବାଘ । ଗଂଜାମ ଜିଲ୍ଲା ଭଂଜନଗର ସହରର ଶେଷରେ ଥିବା, ଜନବସତି ରେ ବାଘ ଆତଙ୍କ । ଭଂଜନଗର ସହର ନିକଟରେ ଥିବା, ରାମକୃଷ୍ଣ ନଗର ନିକଟସ୍ଥ ଜନବସତି ର ଏହି ଘଟଣା । ସୋମବାର ଭୋର ସମୟରେ ନିକଟସ୍ଥ ଜନବସତି ଦେଇ ବାଘ ଟି ଯାଇଥିବା, ସିସିଟିଭି ଫୁଟେଜ ରୁ ଜଣାପଡିଛି । ଏହା ସହ ଘଟଣା ସ୍ଥଳରେ ପାଦ ଚିହ୍ନ ମଧ୍ୟ ରହିଛି । ଖବର ପାଇ ଅପରାହ୍ନରେ, ବନବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ବନବିଭାଗ ପକ୍ଷରୁ ଏନେଇ କୈାଣସି ସ୍ପଷ୍ଟ କରାଯାଇନଥିବା ବେଳେ, ମଙ୍ଗଳବାର ଦିନ ପାଦ ଚିହ୍ନର ନମୁନା ସଂଗ୍ରହ ଏବଂ ପ୍ରାପ୍ତ କ୍ୟାମେରା ଲଗାଇବା ପରେ ବାଘ ବୁଲିବା ଘଟଣା ସ୍ପଷ୍ଟ ହେବ । ପୂର୍ବରୁ ଭଂଜନଗର ଏହି ଉତ୍ତର ଘୁମୁସର ବନଖଣ୍ଡ ରେ ବାଘଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଥିଲା । ସେହି ଦୃଷ୍ଟିରୁ, ସୋମବାର ଦିନ ନଜର କୁ ଆସିଥିବା ଏହି ଘଟଣା, ବାଘର ଉପସ୍ଥିତି ନେଇ ଏକପ୍ରକାର ସନ୍ଦେହ ବଢ଼ି ଯାଇଛି ।