ଆମ୍ବଖୋଲା ଗାଁ ନିକଟ ଜଙ୍ଗଲରେ ବାଘର ଆତଙ୍କ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆମ୍ବଖୋଲା ଗାଁ ନିକଟ ଜଙ୍ଗଲରେ ବାଘ ଆତଙ୍କ ରେ ଆତଙ୍କିତ ଲୋକେ | ଏକ ମାସ ହେବ ଜଙ୍ଗଲ ରାଜା ଏବେ ଲୋକ ବସତି ରେ ରାଜ କରୁଛି | ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଛି | ଗତ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି | ଆଜି ବନ ବିଭାଗ କର୍ମଚାରୀ ପଦ୍ମପୁରର ଆମ୍ଭଖୋଲା ଗାଁ ନିକଟ ଜଙ୍ଗଲରେ ଗୋଟିଏ ପାଖରେ ରକ୍ତର ଚିହ୍ନ ଓ ହାଡ଼, ଅନ୍ୟ ପାଖରେ ଦୁଇଟି ଗୋଡ ପଡିଥିବା ଦେଖିବାକୁ ପାଇଥିଲେ | ବାଘ ର ଗତିବିଧି ଜାଣିବା ପାଇଁ ତାର ପାଦ ଚିହ୍ନ କୁ ଖୋଜିବାରେ ଲାଗିପଡିଛନ୍ତି | ଏକ ମାସ ହେବ ବାଘ ପାଇଁ ବନ ବିଭାଗ ନାକେଦମ୍ ହୋଇଗଲେଣି | ତଥାପି ବାଘର ଗତିବିଧି ଜାଣି ପାରୁନାହାଁନ୍ତି | କେଉଁଠି ବାଛୁରିକୁ ଖାଉଛି ତ ଆଉ କେଉଁଠି ଗାଈ କୁ ଆକ୍ରମଣ କରୁଛି | ଆଉ ଆଜି ଗାଈର ହାଡ ଓ ଗୋଡ଼ ଦେଖିବାକୁ ମିଳିଛି ଜଙ୍ଗଲରେ | ଏସବୁ ଭିତରେ ବାଘ ର ବିଚରଣକୁ ନେଇ ଲୋକେ ମଧ୍ଯ ଭୟଭୀତ ହୋଇଥିବା ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here