ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ସମାରୋହ। ଶପଥ ପୂର୍ବରୁ ଗତକାଲି ବିଜୟୱାଡ଼ାରେ ପହଞ୍ଚି ଚନ୍ଦ୍ରବାବୁଙ୍କୁ ଭେଟିଛନ୍ତି ଶାହ ଓ ନଡ୍ଡା। ନାଇଡୁଙ୍କ ସହ ମନ୍ତ୍ରିମଣ୍ଡଳ ଆଜି ଶପଥ ନେବ। ଜନସେନା ମୁଖ୍ୟ ପୱନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତକାଲି ବିଧାୟକ ଦଳ ବୈଠକରେ ନାଇଡୁଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ।ସକାଳ ୧୧ଟା ୨୭ରେ ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ରହିଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ବସିଥିଲା। ଏହି ବୈଠକରେ ସହଯୋଗୀ ଦଳ ଜେଡିୟୁ, ଓ ଜନସେନାର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦଳର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି।

LEAVE A REPLY

Please enter your comment!
Please enter your name here