ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପବିତ୍ର ଅକ୍ଷୟ ତୃତୀୟା ଅଵସରରେ ପାରମ୍ପରିକ ରୀତି ନୀତି ଅନୁସାରେ ହଳ ଲଙ୍ଗଳ ଏବଂ ଧାନ ବିହନ ହାତରେ ଧରି ଚାଷ କାର୍ଯ୍ୟ ଆରମ୍ଭ କଲେ ଚାଷୀ l ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇଥିବାରୁ ବ୍ଲକ କୃଷି ବିଭାଗ ପକ୍ଷରୁ କିମ୍ବା ଆତ୍ମା ଦ୍ୱାରା ଏହି ଅକ୍ଷୟ ମୁଠି କାର୍ଯ୍ୟକ୍ରମ କୁ ପାଳନ କରିବା ବନ୍ଦ କରିଦେଇଛି l ହେଲେ ଚାଷୀ ତାର ପାରମ୍ପରିକ ପୂଜା, ହୋମ, ବନ୍ଦାପନା କରି ପ୍ରାତଃ ସମୟରୁ ବିଲ କୁ ହଳ ଲଙ୍ଗଳ ଏବଂ ଧାନ ବିହନ ଧରି ଚାଷ କାର୍ଯ୍ୟର ଅନୁକୂଳ ମୁଠି ଚାଷ ଜମି ରେ ବୁଣା ଯାଇଛି l