ଆଜି ଶିଶୁ ଦିବସ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ହେଉଛି ପବିତ୍ର ଶିଶୁ ଦିବସ l ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଶିଶୁ ହସିଲେ ଦେଶ ହସିବ । ଶିଶୁଟିଏ ସୁନାଗରିକ ଭାବେ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କଥାକୁ ହୃଦୟଙ୍ଗମ କରିଥିଲେ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ନେହେରୁ । କୁନି କୁନି ପିଲାଙ୍କ ପାଇଁ ତାଙ୍କ ହୃଦୟରେ ଥିଲା ଆମାପ ଭଲ ପାଇବା ତେଣୁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।ବିଶେଷକରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ଦିନଟିକୁ ପାଳନ କରାଯାଏ । ଇତିହାସକୁ ମନେ ପକାଇ ସମାଜରେ ଦାୟିତ୍ବବାନ ହେବାର ଶିକ୍ଷା ଦିଏ ଦିବସଟି । ଏହି ଦିନର ଉଦ୍ଦେଶ୍ୟ ହେଉଛି ଶିଶୁଙ୍କର ସୁରକ୍ଷିତ ଓ ସୁନ୍ଦର ଭବିଷ୍ୟତ ଗଠନ ଏବଂ ପିଲାଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା । ୧୯୬୫ ରେ ପ୍ରଥମ ଥର ଶିଶୁ ଦିବସ ପାଳନ କରାଯାଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ରେ ଦେଶ ସ୍ବାଧୀନ ହୋଇଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ପଣ୍ଡିତ ନେହେରୁ । ସଫଳତାର ସହ ୧୭ ବର୍ଷ ଶାସନ କରି ଦେଶକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇ ଥିଲେ । ୧୯୬୪ ମେ’ ମାସ ୨୭ ତାରିଖରେ ଚିର ବିଦାୟ ନେଇଥିଲେ ହେଲେ କିମ୍ବଦନ୍ତୀ ପୁରୁଷଙ୍କ କୀର୍ତ୍ତିରାଜି, ମହାନ ତ୍ୟାଗ ଓ ସଂଗ୍ରାମ ସର୍ବଦା ଭାରତୀୟଙ୍କ ମନରେ ରହିଛି ।

LEAVE A REPLY

Please enter your comment!
Please enter your name here