ଆଜି ମାର୍ଗଶିର ପ୍ରଥମ ଗୁରୁବାର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ମାର୍ଗଶୀର ମାସର ପ୍ରଥମ ମାଣବସା ଗୁରୁବାର l ମା ଲକ୍ଷ୍ମୀଙ୍କ ପୂଜା ପାଇଁ ଗାଁ ଠାରୁ ସହର ସବୁଠି ଚଳ ଚଞ୍ଚଳ l ପ୍ରତ୍ୟେକ ଓଡ଼ିଆ ଘରେ ଏହି ମାଣବସା ଗୁରୁବାର ପାଳନ କରାଯାଇଥାଏ l ଏହି ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ l ପ୍ରତ୍ୟେକ ଓଡ଼ିଆ ଘର ର ବୋହୁ ଭୋର ସମୟରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ମାଁ ଲକ୍ଷ୍ମୀ ଙ୍କୁ ନିଷ୍ଠାର ସହିତ ପୂଜା କରିଥାନ୍ତି l ତା ପୂର୍ବ ଦିନ ଅର୍ଥାତ ବୁଧବାର ଦିନ ରାତିରୁ ଘର ଦ୍ୱାର ସଫା ସୁତୁରା କରି ଦେଇଥାନ୍ତି l ମା ଲକ୍ଷ୍ମୀଙ୍କ ପୂଜା ନିଷ୍ଠାର ସହିତ ପାଳନ କଲେ ଧନ ଧାନ୍ୟ ରେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି l ମାର୍ଗଶୀର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୋଇଥାଏ l ଚାଷୀ ତାର ଖଳାକୁ ଧାନ ଆଣିଥାଏ l ଧାନ ର ଶିଶାରେ ବେଣୀ ବାନ୍ଧି କରି ଶୁଖାଇ ଯତ୍ନ ସହକାରେ ରଖିଥାଏ l ଧାନକୁ ଲକ୍ଷ୍ମୀ ଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ l ଗାଁ ମାନଙ୍କରେ ମହିଳା ମାନେ ମାଟିଘରକୁ ଗୋବର ରେ ଲିପା ପୋଛା କରି ନୂଆ ଚାଉଳ ( ଅରୁଆ ) ପିଠାଉ ରେ ଝୋଟି ଏବଂ ଲକ୍ଷ୍ମୀ ପାଦ ଚିତ୍ର ଆଙ୍କନ୍ତି l ଏହି ମାଣବସା ଗୁରୁବାର ସମଗ୍ର ଓଡିଶା ସହିତ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ରେ ପାଳନ କରାଯାଉଛି l ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ l ପିଠା ପଣା ଓ ଫଳ ମୂଳ ଭୋଗ ଲକ୍ଷ୍ମୀ ଙ୍କ ପାଖରେ ଲଗାଯାଏ l ବିଭିନ୍ନ ପାଳିରେ ଭିହ୍ନ ଭିହ୍ନ ପିଠା ପଣା ମାଁ ଲକ୍ଷ୍ମୀ ଙ୍କ ପାଖରେ ଭୋଗ ଲଗାଯାଇଥାଏ l ମଧ୍ୟାହ୍ନ ସମୟରେ ଅନ୍ନ ଭୋଗ ଲଗାଯାଏ l ଏହି ଦିନ ମା ଲକ୍ଷ୍ମୀ ଙ୍କ ପାଖରେ ଲକ୍ଷ୍ମୀ ପୁରାଣ ବୋଲାଯାଇଥାଏ l ଏହି ଦିନର ଭୋଗ ଘର ର ସମସ୍ତ ସଦସ୍ୟ ଖାଇଥାନ୍ତି l ଏହା ଅନ୍ୟ କାହାକୁ ଦେବାର ନିୟମ ନାହିଁ l

LEAVE A REPLY

Please enter your comment!
Please enter your name here