ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ । ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ । ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବେ। ସ୍ନେହ ଓ ପ୍ରେମ ଭାବରେ ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ୍ କରିବେ। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ବୁରା ନା ମାନୋ ହୋଲି ହେ ବା ଖରାପ ଭାବିବନି ଆଜି ହୋଲି। କିଏ କାହାକୁ ମିଠା ଖୁଆଇବ ତ ଆଇ କିଏ କାହାକୁ ଆନନ୍ଦରେ ଅବିର ଲଗାଇ ହୋଲି ପର୍ବ ପାଳନ କରିବ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ। ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଧୂମଧାମରେ ପାଳିତ ହୋଇଥାଏ।
ତେବେ ଏହି ହୋଲି ପର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି l ମଦ୍ୟ ପାନ କରି ହୋଲି ନ ଖେଳିବା, ଅଯଥା ରାସ୍ତାରେ ଭିଡ଼ ନଜମେଇବା, ମଦ୍ୟ ପାନ କରି ନଦୀ, ସମୁଦ୍ର କିମ୍ବା ପୁଲ କୁ ଗାଧୋଇବାକୁ ନ ଯିବା, କେମିକାଲ ବିକ୍ରି ସହ ବ୍ୟବହାର ନ କରିବା ଆଦି ନିୟମ କଡାକଡି ଭାବେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l