ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ ଅଛନ୍ତି ଲୋକେ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆୟୋଜନ ହୋଇଛି।
ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିଏ ନିଜ ପରିବାର ଓ ପ୍ରିୟଜନ ସହ ହୋଲି ସେଲିବ୍ରେସନ୍ ଆରମ୍ଭ କରୁଛି ତ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ପିଚକାରିରେ ରଙ୍ଗ ଖେଳୁଛି।କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ବି ଆରମ୍ଭ ହୋଇଥିବା ବେଳେନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ସେପଟେ, ଏହି ରଙ୍ଗର ପର୍ବ ହୋଲିକୁ ଶାନ୍ତି ଶୃଙ୍ଖଳାର ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି ।