ଆଜି ହେଉଛି ବିଶ୍ୱ ମାତୃ ଦିବସ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୧୨ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି।ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ। କେଉଁଟା ଠିକ୍‌ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’। ଚିର ବନ୍ଦିତା ସେ। ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି। ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ। ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି। କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍‌ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।

ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। କୁହାଯାଏ, ସେ ନିଜେ ଏଥିରେ ଯୋଗ ଦେଇ ନ ଥିଲେ, ଉପସ୍ଥିତ ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି।ମା’ର ସ୍ନେହ ମମତାରେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ। ମା’ ଥରେ ମୁଣ୍ଡରେ ହାତ ରଖିଦେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରେନା। ଆଜିର ଦିନରେ ବିଶ୍ୱର ସମସ୍ତ ମା’ଙ୍କୁ କୋଟି କୋଟି ପ୍ରଣାମ।

LEAVE A REPLY

Please enter your comment!
Please enter your name here